Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଉଦି ଆରବ ରିଆଦରେ ଫସିଛନ୍ତି ୮ ଓଡ଼ିଆ

Odisha

ସାଉଦି ଆରବ ରିଆଦରେ ଫସିଛନ୍ତି ୮ ଓଡ଼ିଆ

Ritu Das
Browse all articles by Ritu Das
·1 year ago·1 min read
ସାଉଦି ଆରବ ରିଆଦରେ ଫସିଛନ୍ତି ୮ ଓଡ଼ିଆ

ଅର୍ଗସ ବ୍ୟୁରୋ: ପୁଣି ସାମନାକୁ ଆସିଲା ଦାଦନ ଯନ୍ତ୍ରଣା। ସାଉଦି ଆରବ ରିଆଦରେ ଫସିଛନ୍ତି ୮ ଓଡ଼ିଆ । ପରିବାର ପ୍ରତିପୋଷଣ ପାଇଁ ୪ ମାସ ତଳେ ୮ ଜଣ ସାଉଦି ଆରବ ଯାଇଥିଲେ । ସେଠାରେ ସେମାନେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ। କମ୍ପାନୀ କର୍ତ୍ତୃପକ୍ଷ କାମ ନାହିଁ ବୋଲି କହିବା ସହ ଖାଇବାକୁ ଦେଉନଥିବା ଅଭିଯୋଗ ହୋଇଛି । ଏଭଳିକି ସେମାନଙ୍କୁ ମରୁ ଅଞ୍ଚଳରେ ରଖାଯାଇଥିବା ଭିଡିଓ ମାଧ୍ୟମରେ କହିଛନ୍ତି ଶ୍ରମିକ ମାନେ। 

ଏବେ ସେଠାରେ ନା ମିଳୁଛି କାମ ନା ମିଳୁଛି ଖାଇବାକୁ। ଘରକୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ଫସି ଥିବା ୮ ଓଡ଼ିଆଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଓ ରାଜନଗର ବ୍ଲକର । ଅନ୍ୟ ଚାରି ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି ।୨୪ ବର୍ଷର ତତ୍କାଳିନ ସରକାର ଦାଦନ ସମସ୍ୟା ରୋକିବାରେ ଫେଲ ମାରିଥିଲେ । ଏବେ ନୂଆ ସରକାରରେ ଦାଦନ ଯନ୍ତ୍ରଣା ଥମିବବୋଲି ଆଶା କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Eight Odias are | Argus News