Videos
|
Odisha

ଓଡ଼ିଶାର ପଛୁଆ ବର୍ଗର ପିଲାଙ୍କ ପାଇଁ ଏକଲବ୍ୟ ବିଦ୍ୟାଳୟ

Arpita Mohanty
Browse all articles by Arpita Mohanty
·2 years ago·2 min read
ଓଡ଼ିଶାର ପଛୁଆ ବର୍ଗର ପିଲାଙ୍କ ପାଇଁ ଏକଲବ୍ୟ ବିଦ୍ୟାଳୟ

ଅର୍ଗସ ବ୍ୟୁରୋ : ଆମ ରାଜ୍ୟରେ ଯେତେ ବିକାଶ ହେଇଛି ସେଥିରେ କେବଳ ରାଜ୍ୟ ସରକାର ନୁହେଁ କେନ୍ଦ୍ର ସରକାରଙ୍କ ଯଥେଷ୍ଟ ଅବଦାନ ରହିଥାଏ । ଉପରୁ ନଦିଶିଲେ ବି କେନ୍ଦ୍ର ସରକାର ତାଙ୍କ ବିଭିନ୍ନ ଯୋଜନା ଓ ବିଭାଗ  ମାଧ୍ୟମରେ ରାଜ୍ୟରେ ବହୁତ କାମ କରିଥାନ୍ତି। ଏପରି ଏକ ମନ ଛୁଆଁ କାମ ଏବେ ଆମ ଆଖିରେ ପଡିଛି ତାହା ହେଉଛି ଏକଲବ୍ୟ ବିଦ୍ୟାଳୟ ଯାହା ଆମ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳର ପିଲାମାନଙ୍କ ପାଇଁ ହେବାକୁ ଯାଉଛି। ଆଦିବାସୀ ବହୁଳ ଅଞ୍ଚଳ ଓଡ଼ିଶାର ପଛୁଆ ଅଞ୍ଚଳ ଏଇଟା କାହାକୁ ଅଛପା ନାହିଁ । କୋଉଠି ପାଣି ନାହିଁ ତ କୋଉଠି ରାସ୍ତା ନାହିଁ ଆଉ ସେପରି ଅଞ୍ଚଳରେ ୨୫ - ୩୦ କୋଟି ଟଙ୍କା ଖର୍ଚ୍ଚରେ ଗୋଟେ ଗୋଟେ ଏକଲବ୍ୟ ସ୍କୁଲ କରି ଆଦିବାସୀ ପିଲାମାନଙ୍କ ଭବିଷ୍ୟତ ଗଢି ତୋଳିବାର ଉଦ୍ୟମ ସ୍ୱାଗତ ଯୋଗ୍ୟ। କଟକ ଭୁବନେଶ୍ୱରରେ ଥିଲା ପରି ଏବେ ସ୍କୁଲ ତାଙ୍କ ନିଜ ଗାଁରେ ଦେଖିଲେ ପିଲାମାନେ କେବଳ ଖୁସି ନୁହେଁ ବରଂ ଅନୁପ୍ରାଣିତ ମଧ୍ୟ ହେବେ , ଠିକ ଯେପରି ଆମେ ସବୁ ଆମ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଖି ଅନୁଭବ କରୁ। ଓଡ଼ିଆଙ୍କୁ ଓଡିଶା ବାହାରେ ପରିଚୟ ଦେବାର ଓ ସମ୍ମାନ ମିଳିବାର ଗୋଟେ ପ୍ରମୁଖ କାରଣ ଆମ ରାଜ୍ୟରୁ ଦିଲ୍ଲୀରେ ରହି ଦେଶ ପାଇଁ ବଡ ବଡ କାମ କରୁଥିବା ଆମ ଓଡ଼ିଆ ଲୋକ ମାନେ ,ଦ୍ରୌପଦୀ ମୁର୍ମୁ ମାଡାମଙ୍କଠୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ ଯାଏଁ।

 

ତେବେ ଦେଶ ବ୍ୟାପି ୭୦୦ଟି ଏକଲବ୍ୟ ସ୍କୁଲରୁ ଓଡିଶା ଭାଗରେ ପଡିଲା ୧୧୪ ଟି,ମାନେ ୨୦% ରୁ ବି ଅଧିକ। ଯଦି ୩୦ଟି ରାଜ୍ୟକୁ ସମାନ ଭାବେ ମିଳିଥାନ୍ତା ତାହେଲେ ଓଡିଶା ଭାଗରେ ୨୫ଟି ପଡିଥାନ୍ତା ହେଲେ ଆମକୁ ମିଳିଛି ୧୧୪ ଟି । ଏହାକୁ ଦେଖିଲେ ମନେ ହୁଏ ଆମ କେନ୍ଦ୍ରର ନେତା ମାନେ ଅଳି ଅର୍ଦଳି କରି କେନ୍ଦ୍ରରୁ ଆମ ରାଜ୍ୟ ପାଇଁ ଅଧିକରୁ ଅଧିକ ଯୋଜନା ଆଉ ଟଙ୍କା ଆଣି ଦେବାରେ ମନ ପ୍ରାଣ ଲଗେଇ ଦେଇଛନ୍ତି। କେନ୍ଦ୍ରରେ ବିଜେପି ଆଉ ରାଜ୍ୟରେ ବିଜେଡି ସରକାର। ରାଜନୀତିରେ ହେଉଛନ୍ତି ସେମାନେ ପ୍ରତିଦ୍ବନ୍ଦୀ। ପରସ୍ପରର କାମକୁ ସମାଲୋଚନା କରିବା ସେମାନଙ୍କ ଅଧିକାର ବି ଆଉ ଅଭ୍ୟାସ ବି। ହେଲେ ଓଡିଶାର ହିତ କଥା ଆସିଲେ କେନ୍ଦ୍ରରେ ଥିବା ଓଡ଼ିଶାର ବିଜେପି ନେତାମାନେ ପାର୍ଟି ଠାରୁ ଅଧିକ ସର୍ବଦା ନିଜ ମାଟିକୁ ଆଗରେ ରଖିଛନ୍ତି । ଓଡ଼ିଆ ଲୋକଙ୍କ ମଙ୍ଗଳ ହେଉ ସେଥିପାଇଁ ସେମାନେ ଆବଶ୍ୟକ ପରିମାଣର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ଯାହାର କୌଣସି ରାଜନୈତିକି ଫାଇଦା ନାହିଁ। ଏପରି କେନ୍ଦ୍ର ନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ରଙ୍କ ଅବଦାନ ଓଡିଶା ପାଇଁ ସବୁଠୁ ଅଧିକ ପରି ମନେ ହୁଏ। ରାଜ୍ୟରେ ତାଙ୍କ ରାଜନୈତିକି ପ୍ରତିଦ୍ବନ୍ଦିତା ଥାଇପାରେ କିନ୍ତୁ ମନରେ ସର୍ବଦା ଓଡିଶା ଓ ଓଡ଼ିଆ ଲୋକଙ୍କ ପାଇଁ କାମ କରିବାର ଇଛା ଭରି ରହିଛି।

ଆମ କେନ୍ଦ୍ର ନେତା ମାନେ ବହୁତ ସଫଳ,ହେଲେ ସେ ସଫଳତା ତାଙ୍କୁ କେବେ ଓଡିଶା କି ଓଡ଼ିଆ ଲୋକଙ୍କଠାରୁ ଦୁରେଇ ନେଇଯାଇନି ବରଂ ନିଜ ଦାଇତ୍ବବୋଧତା ବଢ଼ାଇ ଦେଇଛି କାରଣ ମନରେ କାଳିଆ ଓ ତା ନିର୍ମାଲ୍ୟ ଟିକକ ପାଇଁ ଏବେ ବି ଶ୍ରଦ୍ଧା ରହିଛି।କଥାରେ ଅଛି ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ। ଆମ ଓଡ଼ିଆ ଲୋକ ଯେତେ ବଡ ହେଲେ ବି ତାଙ୍କ ମନରେ ଓଡିଶା ଓ କାଳିଆ ଚିରନ୍ତନ। ଏଇଟା ହିଁ ଆମ ଓଡ଼ିଆଙ୍କ ପରିଚୟ । ଏଇଟା ହିଁ ଆମ ଜଗନ୍ନାଥ ସଂସ୍କୃତି ଆଉ ଏଇଟା ହିଁ ବୋଧ ହୁଏ ଆମ ଓଡ଼ିଆଙ୍କ ସ୍ବପ୍ନର ଓଡିଶା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର