Videos
|
Odisha

ଆସନ୍ତାକାଲିଠୁ ଭୁବନେଶ୍ବରରରେ ଆରମ୍ଭ ହେବ ଏକାମ୍ର ଉତ୍ସବ

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତାକାଲିଠୁ ଭୁବନେଶ୍ବରରରେ ଆରମ୍ଭ ହେବ ଏକାମ୍ର ଉତ୍ସବ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠୁ ଝୁମିବ ଭୁବନେଶ୍ୱର। ଆରମ୍ଭ ହେବ ଏକାମ୍ର ଉତ୍ସବ। ସହରରେ ଜମିବ ନାଚ, ଗୀତ ସାଙ୍ଗକୁ ଖାଦ୍ୟ ପାନୀୟ ଓ କିଣା ବିକାର ଆସର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଖାଦ୍ୟ ହେଉ କିମ୍ବା ମନୋରଞ୍ଜନ, କାହାଣୀ ଓ ସହରର ରାସ୍ତା, ଓଲିଉଡ଼ ବଲିଉଡ୍ ସିଙ୍ଗରଙ୍କ “ସଙ୍ଗୀତର ମୂର୍ଚ୍ଛନା”। ୭ ଦିନ ଧରି ନୃତ୍ୟ,ସଙ୍ଗୀତ,ଲାଇଭ ବ୍ୟାଣ୍ଡ ପରିବେଷଣ l

ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ, ହଜାର ହଜାର ବର୍ଷ ପୁରୁଣା ମନ୍ଦିର ଓ ଗୁମ୍ଫା ,ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଗୋଟିଏ ଗୋଟିଏ ଷ୍ଟଲ୍‌ରେ ଉପଲବ୍ଧ ହେବ। ଆଉ ଏହି କାହାଣୀର ସାକ୍ଷୀ ହେବା ପାଇଁ ଅପେକ୍ଷା କରିଛି ଏକାମ୍ର ଉତ୍ସବ। ଚଳିତବର୍ଷ ଏହି ଏକାମ୍ର ଉତ୍ସବର ଶେଷ ଦୁଇ ଦିନ ହେବ ରୋମାଞ୍ଚ। ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ସୁନାମଧନ୍ୟ ଗାୟକ ସୋନୁ ନିଗମ ଓ ଜୁବିନ୍ ନୌଟିଆଲ୍। କେବଳ ସେତିକି ନୁହେଁ ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର ମଧ୍ୟ ଆସନ୍ତା ୩ରୁ ୯ ଯାଏ ଖୋଲିବ, ଯାହା ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବ।

ଏଥିସହ ଭୁବନେଶ୍ୱର କାହାଣୀ ଉତ୍ସବ (ଭୁଫେଷ୍ଟୋ)ର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ୩ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ସହରର ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କାଲାମ ପାର୍କ (କଳିଙ୍ଗନଗର) , ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ଯେଉଁଠି କୁନା ତ୍ରିପାଠୀ, ଆକାଶ ଦାସନାୟକ, ଉଷସୀ ମିଶ୍ର ଏବଂ ମୀରା ପରିଡ଼ା ପ୍ରମୁଖ ଯୋଗଦେବେ l ଉପସ୍ଥିତ ଲୋକମାନେ ଶାସ୍ତ୍ରୀୟ ଓଡ଼ିଆ ଉପନ୍ୟାସର ସମସାମୟିକ ରୂପକୁ ମଧ୍ୟ ଜାଣିପାରିବେ ଏବଂ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟକୁ ଯୋଡି ମଧ୍ୟ ପାରିବେ ।

ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇଛି ଏକାମ୍ର ୱାକ୍। ମନ୍ଦିର ମାଳିନୀ ସହର’ ଭାବେ ପରିଚିତ ଭୁବନେଶ୍ୱରରେ ଅନେକ ସାଂସ୍କୃତିକ ଓ ଐତିହାସିକ ସମ୍ପତ୍ତି ରହିଛି ଏବଂ ଏକାମ୍ର ୱାକ୍ ସହରର ଅନନ୍ୟ ଆକର୍ଷଣକୁ ପ୍ରଦର୍ଶିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ଏକାମ୍ର ପଦଯାତ୍ରାର ନେତୃତ୍ୱ ନେବେ ଜ୍ଞାନୀ ଓ ଅଭିଜ୍ଞ ଗାଇଡ। ଯେଉଁମାନେ ଭୁନେଶ୍ବରର ଅତୀତର କାହାଣୀକୁ ଉନ୍ମୋଚନ କରିବେ।ଏକାମ୍ର ହାଟଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ୫ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ୱାର୍କ୍। ଏକାମ୍ର ୱାକ୍ସରେ ଆମ ସଂସ୍କୃତି ଆମ ଐତିହ୍ୟ, 'ପ୍ରକୃତିର ପଦଯାତ୍ରା', 'ଓଡ଼ିଆ ଖାଦ୍ୟ ପସରା', 'କୋମଳ ମନର କୌତୁହଳ ଯାତ୍ରା' ଭଳି ପଦଯାତ୍ରା ରହିଛି। ବିଶେଷ କରି ଭୁବନେଶ୍ୱର କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରୁ ଆରମ୍ଭ ହୋଇ ମୁକ୍ତେଶ୍ବର ମନ୍ଦିରରେ ସମାପ୍ତ ହେବ ବୋଲି କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର