Ekamra Project / ମାର୍ଚ୍ଚ ସୁଦ୍ଧା ସରିବ ଏକାମ୍ର ପ୍ରକଳ୍ପ : ଚମକିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସର
·7 months ago·2 min read

Key Points
ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ। ଆସନ୍ତା ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ। ଆସନ୍ତା ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି । ଏହା ସହିତ ଉକ୍ତ ବୈଠକରେ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟକରଣ ଔଷଧୀୟ ଉଦ୍ୟାନର ସଂରକ୍ଷଣ,ମନ୍ଦିର ସହିତ ବିଭିନ୍ନ ମଠର ପୁନଃନିର୍ମାଣ,ସେବାୟତ ମାନଙ୍କ ପାଇଁ ମୋବାଇଲ ଶୌଚାଳୟର ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା କରାଯାଇଛି।
ଏହାସହ ପଢ଼ନ୍ତୁ: ସବୁ ହୋଇଯିବେ ମାଲେମାଲ, ବାଲିରୁ ବାହାରୁଛି ସୁନାଠୁ ବି ଦାମୀ ଜିନିଷ !
ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା ସେଠି କାମ ବନ୍ଦ ରହିଛି। ମାର୍ଚ୍ଚ ମାସ ବା ଶିବରାତ୍ରି ପୂର୍ବରୁ ବିଶେଷ କରି ବଡ଼ ପାର୍କିଂ ଯାହାକି ପ୍ରକଳ୍ପର ବଡ଼ ପାର୍ଟ ଏବଂ କେଦାରଗୌରୀ ଛକ ଠାରୁ ମନ୍ଦିର ଯାଏ ରାସ୍ତା କାମ ମାର୍ଚ୍ଚ ପୂର୍ବରୁ ସରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ କାମରେ ବିଳମ୍ବ କଲା। ତେଣୁ 15 ଦିନ ଭିତରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ। ଲିଙ୍ଗରାଜ ମନ୍ଦିରର ଯେଉଁ ବିକାଶ ଗତ ସରକାର ଆରମ୍ଭ କରିଥିଲା, ତାହା ଠପ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ଏହା ଉପରେ ସମୀକ୍ଷା କରିଛନ୍ତି। ପୁରୀ ଢାଞ୍ଚାରେ ନିର୍ମାଣ ହେଉଛି ଏକାମ୍ର ପରିକ୍ରମା ପ୍ରକଳ୍ପ। ପାରିପାର୍ଶ୍ବିକ ବିକାଶ ସହ ଐତିହ୍ୟର ସୁରକ୍ଷା ପ୍ରତି ଦିଆଯାଉଛି ବିଶେଷ ଧ୍ୟାନ। ଭକ୍ତ ଶ୍ରଦ୍ଧାଳୁମାନେ କିପରି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମଧୁର ସ୍ମୃତି ନେଇ ଫେରିବେ, ସେ ଉପରେ ରାଜ୍ୟ ସରକାରଙ୍କ ଫୋକସ୍।
ଏକାମ୍ର ପ୍ରକଳ୍ପ କଣ?
ଏକାମ୍ର ପ୍ରକଳ୍ପ ହେଉଛି ଭୁବନେଶ୍ୱରର ପ୍ରାଚୀନ ଏକାମ୍ର କ୍ଷେତ୍ର (ଲିଙ୍ଗରାଜ ମନ୍ଦିର ପରିସର) କୁ ସୁନ୍ଦରୀକରଣ କରିବା। ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ମଧ୍ୟ ଏହାର ଏକ ବିଶେଷ ପ୍ରୟାସ। ତେବେ ଏହା ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି। ଯେପରିକି
ପରିକ୍ରମା ପଥ (circumambulation path) ତିଆରି କରିବା
ପୁରାତନ କଳା ସଂସ୍କୃତିର ପ୍ରଚାର କରିବା ଆଦି ଏହାର ମୁଖ୍ୟ ଲକ୍ଷ୍ୟ। ତେବେ ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ଓ ଐତିହ୍ୟ କରିଡର ଭାବେ ଗଢ଼ି ତୋଳିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।
ଏହାସହ ପଢ଼ନ୍ତୁ: ସବୁ ହୋଇଯିବେ ମାଲେମାଲ, ବାଲିରୁ ବାହାରୁଛି ସୁନାଠୁ ବି ଦାମୀ ଜିନିଷ !
ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା ସେଠି କାମ ବନ୍ଦ ରହିଛି। ମାର୍ଚ୍ଚ ମାସ ବା ଶିବରାତ୍ରି ପୂର୍ବରୁ ବିଶେଷ କରି ବଡ଼ ପାର୍କିଂ ଯାହାକି ପ୍ରକଳ୍ପର ବଡ଼ ପାର୍ଟ ଏବଂ କେଦାରଗୌରୀ ଛକ ଠାରୁ ମନ୍ଦିର ଯାଏ ରାସ୍ତା କାମ ମାର୍ଚ୍ଚ ପୂର୍ବରୁ ସରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ କାମରେ ବିଳମ୍ବ କଲା। ତେଣୁ 15 ଦିନ ଭିତରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ। ଲିଙ୍ଗରାଜ ମନ୍ଦିରର ଯେଉଁ ବିକାଶ ଗତ ସରକାର ଆରମ୍ଭ କରିଥିଲା, ତାହା ଠପ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ଏହା ଉପରେ ସମୀକ୍ଷା କରିଛନ୍ତି। ପୁରୀ ଢାଞ୍ଚାରେ ନିର୍ମାଣ ହେଉଛି ଏକାମ୍ର ପରିକ୍ରମା ପ୍ରକଳ୍ପ। ପାରିପାର୍ଶ୍ବିକ ବିକାଶ ସହ ଐତିହ୍ୟର ସୁରକ୍ଷା ପ୍ରତି ଦିଆଯାଉଛି ବିଶେଷ ଧ୍ୟାନ। ଭକ୍ତ ଶ୍ରଦ୍ଧାଳୁମାନେ କିପରି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମଧୁର ସ୍ମୃତି ନେଇ ଫେରିବେ, ସେ ଉପରେ ରାଜ୍ୟ ସରକାରଙ୍କ ଫୋକସ୍।
ଏକାମ୍ର ପ୍ରକଳ୍ପ କଣ?
ଏକାମ୍ର ପ୍ରକଳ୍ପ ହେଉଛି ଭୁବନେଶ୍ୱରର ପ୍ରାଚୀନ ଏକାମ୍ର କ୍ଷେତ୍ର (ଲିଙ୍ଗରାଜ ମନ୍ଦିର ପରିସର) କୁ ସୁନ୍ଦରୀକରଣ କରିବା। ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ମଧ୍ୟ ଏହାର ଏକ ବିଶେଷ ପ୍ରୟାସ। ତେବେ ଏହା ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି। ଯେପରିକି
ପରିକ୍ରମା ପଥ (circumambulation path) ତିଆରି କରିବା
ଦର୍ଶନାର୍ଥୀଙ୍କ ପାଇଁ ଅଧିକ ସୁବିଧା କରିବା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories