Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ ମୁଡ଼ରେ ବିଜେପିର ସମସ୍ତ କର୍ମୀ

Rashmita Mishra
Browse all articles by Rashmita Mishra
·2 years ago·1 min read
ଆକ୍ସନ ମୁଡ଼ରେ ବିଜେପିର ସମସ୍ତ କର୍ମୀ

ଅର୍ଗସ ବ୍ୟୁରୋ:ଆକ୍ସନ ମୁଡ଼ରେ ଏକାମ୍ର ବିଧାୟକ  ବାବୁ ସିଂ । ବିଜେପିର ସରକାର ଆସିଲା ପ୍ରଥମ ଦିନରୁ ହିଁ ଗୋଟିଏ ପରେ ଗୋଟିଏ କାମ ଆରମ୍ଭ ହୋଇଯାଇଛି । ଖାଲି ବିଧାୟକ ନୁହନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଧ୍ୟ ବର୍ତ୍ତମାନ ଆକ୍ସନ ମୁଡରେ । ଓଲ୍ଡଟାଉନ ର ସବୁଠୁ ପୁରୁଣା BMC ହସ୍ପିଟାଲ ବୁଲି ହସ୍ପିଟାଲର ସ୍ଥିତି ସମୀକ୍ଷା କରିଥିଲେ ବିଧାୟକ ବାବୁ ସିଂ । ୮ରୁ ୧୦ ଟି ୱାର୍ଡ ସମେତ ଏକାମ୍ର ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । 

ଏକାମ୍ର କ୍ଷେତ୍ର ବ୍ୟତୀତ ବହୁ ଦୂର ଦୁରନ୍ତ ରୁ ଲୋକ ଚିକିତ୍ସା ପାଇଁ ଆସନ୍ତି । ହସ୍ପିଟାଲର ଭିତ୍ତି ଭୂମିର ବିକାଶ ସହ ଉଚ୍ଚ କୋଟିର ଚିକିତ୍ସା ଯୋଗାଇ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବାବୁ ସିଂ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ଉନ୍ନତ ମାନର ଚିକିତ୍ସା ଉପକରଣ ଯୋଗାଇ ଦିଆଯିବ ଏବଂ ଯଥା ଶୀଘ୍ର ସମସ୍ତ ବିଭାଗ ର ଡାକ୍ତର ଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ବିଧାୟକ । ହସ୍ପିଟାଲରେ ତୁରନ୍ତ ଡାକ୍ତର ଅଭାବ ସମସ୍ୟା ଦୂର କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରୋଗୀ ଏବଂ ରୋଗୀଙ୍କ ସମ୍ପକୀୟ ଙ୍କ ସହ ଆଲୋଚନା କରିଥିଲେ । ହସ୍ପିଟାଲରେ ଭିତ୍ତି ଭୂମି ସହ ଆହୁରି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ekram MLA Babu Singh in action | Argus News