Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୪୪ କୋଟି ଟଙ୍କା ବ୍ୟୟରେ ଗଣ୍ଡମୁଣ୍ଡା ଛକରେ ନିର୍ମାଣ ହେବ ଏକତା ମଲ

Ritu Das
Browse all articles by Ritu Das
·1 year ago·1 min read
୧୪୪ କୋଟି ଟଙ୍କା ବ୍ୟୟରେ ଗଣ୍ଡମୁଣ୍ଡା ଛକରେ ନିର୍ମାଣ ହେବ ଏକତା ମଲ

ଅର୍ଗସ ବ୍ୟୁରୋ: ୧୪୪ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଗଣ୍ଡମୁଣ୍ଡା ଛକରେ ନିର୍ମାଣ ହେବ ଏକତା ମଲ। ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଏହା ନିର୍ମାଣ ହେବାକୁ ଥିବା ବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଖୁବ ଶୀଘ୍ର ଏହାର ନିର୍ମାଣ ଆରମ୍ଭ ହୋଇ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଶତାଧିକ ସପ ପାଇଁ ସ୍ଥାନ ରହିବା ସହ ମହିଳାଙ୍କୁ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ। ଲୋକାଲ ଫର ଭୋକାଲକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଥିବା ବେଳେ ରାଜ୍ୟର ରାଜ୍ୟ ତଥା ବାହାର ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ସାମଗ୍ରୀ ଉପଲବ୍ଧ ରହିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ekta Mall | Argus News