Videos
|
Odisha

Elder Love Story / ୭୦ ବର୍ଷୀୟ ବର, ୬୫ ବର୍ଷୀୟା କନ୍ୟା, ଭିକ୍ଷାବୃତ୍ତି ବେଳେ ପ୍ରେମ, ମନ୍ଦିରରେ ବାହାଘର

Bikash Mohanty
Browse all articles by Bikash Mohanty
·3 months ago·2 min read
୭୦ ବର୍ଷୀୟ ବର, ୬୫ ବର୍ଷୀୟା କନ୍ୟା, ଭିକ୍ଷାବୃତ୍ତି ବେଳେ  ପ୍ରେମ, ମନ୍ଦିରରେ ବାହାଘର
Elderly Couple Falls in Love

Key Points

୭୦ ବର୍ଷୀୟ ବର, ୬୫ ବର୍ଷୀୟା କନ୍ୟା
ଭିକ୍ଷାବୃତ୍ତି ବେଳେ ରେଳ ଷ୍ଟେସନରେ ପ୍ରେମ
ମନ୍ଦିରରେ ହେଲା ବାହାଘର
୦୪/୦୫ ଜଳେଶ୍ବର: ପ୍ରେମ... ଏହା କେତେବେଳେ, କାହାକୁ ଆଉ କେଉଁଠି ହୋଇଯାଏ ତାହା କେହି କହିପାରିବେ ନାହିଁ। ପ୍ରେମ ପାଇଁ ନା ବୟସର ସୀମା ଥାଏ, ନା ରୂପର ଆବଶ୍ୟକତା। ଯେତେବେଳେ ଦୁଇଟି ଅସହାୟ ହୃଦୟ ପରସ୍ପରକୁ ବୁଝିଯାଆନ୍ତି, ସେତେବେଳେ ସେଇଠି ସୃଷ୍ଟି ହୁଏ ଏକ ନୂଆ ଦୁନିଆ। ଜଳେଶ୍ୱରରୁ ଆସିଛି ଏମିତି ଏକ ନିଆରା କାହାଣୀ, ଭିକ୍ଷା ବୃଦ୍ଧି କରୁ କରୁ ରାଇବଣିଆ ଅଞ୍ଚଳର ୬୫ ବର୍ଷୀୟା ଅସହାୟ ବୃଦ୍ଧା ଚମ୍ପାଙ୍କ ସହିତ ତାଙ୍କର ଭେଟ ହୁଏ। ଯେଉଁଠି ରେଳ ଷ୍ଟେସନରେ ପ୍ରେମ ହୁଏ ଓ   ୭୦ ବର୍ଷର ଜଣେ ଅସହାୟ ବୃଦ୍ଧ ଏବଂ ୬୫ ବର୍ଷର ଜଣେ ବୃଦ୍ଧା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । 

ବାଜା ବାଜୁଛି... ବାଣ ଫୁଟୁଛି... ଚତୁର୍ଦ୍ଦିଗ ଉତ୍ସବମୁଖର । ରୋଷଣୀ କରି ମନ୍ଦିର ପ୍ରାଙ୍ଗଣକୁ ଆସୁଛନ୍ତି ବର ଏବଂ କନ୍ୟା। ମନ୍ଦିରରେ ବାହାଘର ହେଉଛି, ଆଉ ଏହି ନିଆରା ବାହାଘରକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ଏହା କୌଣସି ଯୁବକ ଯୁବତୀଙ୍କର ବାହାଘର। କିନ୍ତୁ ନା, ଏହି ଉତ୍ସବ ପଛରେ ରହିଛି ଏକ ସଂଘର୍ଷ ଏବଂ ଭଲପାଇବାର କାହାଣୀ। ଜଣେ ୭୦ ବର୍ଷର ଅସହାୟ ବୃଦ୍ଧ ଯିଏ କୁଷ୍ଠ ରୋଗରେ ଆକ୍ରାନ୍ତ ଏବଂ ଦୃଷ୍ଟିଶକ୍ତି ହରାଇଛନ୍ତି, ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣେ ୬୫ ବର୍ଷର ବୃଦ୍ଧା। ଗତ ୭ ମାସର ନିରବ ପ୍ରେମ ଆଜି ବାସ୍ତବ ରୂପ ନେଇଛି।

ପଢନ୍ତୁ ଏହି ଖବର: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଜଳେଶ୍ୱର ବ୍ଲକ ହାତୀଗଡ ଅଞ୍ଚଳର ଚୈତନ୍ୟ ସୋରେନ। କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସେ ଜଳେଶ୍ୱର ସହରରେ ଭିକ୍ଷା ବୃତ୍ତି କରୁଥିଲେ। ରାସ୍ତାରେ ଭିକ୍ଷା ମାଗୁ ମାଗୁ ଦିନେ ଭେଟ ହୁଏ ରାଇବଣିଆ ଅଞ୍ଚଳର ଅସହାୟ ବୃଦ୍ଧା ଚମ୍ପାଙ୍କ ସହ। ଧିରେ ଧିରେ ଦୁହିଁଙ୍କ ଭିତରେ ବଢ଼େ ବୁଝାମଣା, ଆଉ ଗଢ଼ିଉଠେ ପ୍ରେମ ସମ୍ପର୍କ। ଦୁହେଁ ଦୁହିଁଙ୍କର ସାହାରା ପାଲଟିଲେ। ଶେଷରେ ଏହି ଅଧୁରା ଜୀବନକୁ ପୂର୍ଣ୍ଣ କରିବା ପାଇଁ ଆଗେଇ ଆସିଲା ଜଳେଶ୍ୱରର "ଭୋଲା ଭଣ୍ଡାରୀ" ସ୍ବେଚ୍ଛାସେବୀ ସଂଗଠନ। ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ବିବାହ।

ବୟସର ସାୟାହ୍ନରେ ଏହି ନୂଆ ଜୀବନକୁ ନେଇ ଦୁହେଁ ବେଶ୍ ଖୁସି। ସାଥୀରେ ରହିବାକୁ ଏବଂ ପରସ୍ପରର ଦୁଃଖ ବାଣ୍ଟିବାକୁ ସେମାନେ ପରସ୍ପରକୁ କଥା ଦେଇଛନ୍ତି । ସତରେ, ପ୍ରେମ ଯେ କେବଳ ସୁନ୍ଦର ଚେହେରାରେ ନଥାଏ, ବରଂ ସୁନ୍ଦର ମନରେ ଥାଏ, ତାହା ଆଜି ଜଳେଶ୍ୱରର ଏହି ଦୁଇ ପ୍ରେମ ପକ୍ଷୀ ପ୍ରମାଣ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Elder Love Story | Elderly Couple Falls in Love at Railway Station, Marries in Temple | Argus News