Matric Certificate Change / ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
·13 hours ago·2 min read

Key Points
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଏଣିକି ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ମାତୃଭାଷାକୁ ଗୁରୁତ୍ଵ ଦେଲେ ରାଜ୍ୟ ସରକାର । ଏଣିକି ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ । ପ୍ରଥମ ଥର ପାଇଁ ଓଡ଼ିଆରେ ଦଶମ ପରୀକ୍ଷା ବୋର୍ଡ ସାର୍ଟିଫିକେଟ୍ ମିଳିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଆ ସହ ଇଂରାଜୀରେ ମଧ୍ୟ ସାର୍ଟିଫିକେଟ୍ ଉପଲବ୍ଧ ହେବ । ରାଜ୍ୟରେ ମାତୃଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ ।
ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କୁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନ୍ଵୟନ ଆରମ୍ଭ ହୋଇଛି । ବୋର୍ଡର ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ମାଟ୍ରିକ ସାର୍ଟିଫିକେଟରେ କେବଳ ଓଡ଼ିଆ ଲେଖା ରହିଲେ ଛାତ୍ରୀଛାତ୍ର ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଣୁ ଉକ୍ତ ଦିଗକୁ ବିଚାର କରି ସାର୍ଟିଫିକେଟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବା ପାଇଁ ସ୍ଥିର କରାଯାଇଛି। ଫଳରେ ଚଳିତ ଥର ପ୍ରଥମ ଥର ପାଇଁ ଏଭଳି ସାର୍ଟିଫିକେଟ ପରୀକ୍ଷାର୍ଥୀମାନଙ୍କୁ ମିଳିବ । ଏହି ନିଷ୍ପତ୍ତି ଦ୍ଵାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
ପଢନ୍ତୁ ଏହି ଖବର: ମାଟ୍ରିକ୍ ରେଜଲ୍ଟକୁ ନେଇ ବଡ଼ ଖବର; ୨ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ
ସେପଟେ ଆସନ୍ତାକାଲି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍ ଫଳ । କାଲି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ବାହାରିବ । ଏହା ସହିତ ମଧ୍ୟମା ପରୀକ୍ଷା ଫଳ ମଧ୍ୟ କାଲି ପ୍ରକାଶ ପାଇବ । କାଲି ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳ ଦେଖିପାରିବେ । ପରୀକ୍ଷାର୍ଥୀ bseodisha.ac.in ଓ bseodisha.nic.inରେ ରେଜଲ୍ଟ ଦେଖିପାରିବେ । ଏହାସହ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । OR10 (Roll No) ଟାଇପ୍ କରି 5676750କୁ ମେସେଜ୍ କରିବେ । ଏପରି ଭାବେ ନିଜ ମୋବାଇଲ ସ୍କ୍ରିନରେ ପରୀକ୍ଷା ଫଳ ଜାଣିହେବ । ଏଥର ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।
ସେହିପରି ମେ' ତୃତୀୟ ସପ୍ତାହରେ +୨ ରେଜଲ୍ଟ ବାହାରିପାରେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଦେଇଛନ୍ତି । ଏକା ଦିନରେ ବିଭିନ୍ନ ବିଭାଗର ରେଜଲ୍ଟ ବାହାରିପାରେ ବୋଲି କହିଛନ୍ତି ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories