ନିର୍ବାଚନ ପୂର୍ବରୁ ଓଡିଶାରେ ଜମିଲାଣି ମଦ,ମାଂସ ଓ ଟଙ୍କାର ଆସର

Key Points
- ନିର୍ବାଚନ ପୂର୍ବରୁ ଓଡିଶାରେ ଜମିଲାଣି ମଦ,ମାଂସ ଓ ଟଙ୍କାର ଆସର
- ଭୋଟରଙ୍କ ଦେବାକୁ ବୁହା ହେଉଥିବା ଟଙ୍କା, ମଦ ଓ ମାଂସ ଉପରେ ନିର୍ବାଚନ କମିଶନଙ୍କ ନଜର
- ବର୍ତ୍ତମାନ ସୁଦ୍ଧା ଓଡିଶାରୁ ଜବତ ହେଲାଣି ୧୧୮ କୋଟି ଟଙ୍କାର ସାମଗ୍ରୀ
- ପ୍ରଶ୍ନ ଜବତ ହୋଇଥିବା ଏହି ୧୧୮ କୋଟି ଟଙ୍କା କାହାର ?
- 24 ବର୍ଷ ସରକାରରେ ସ୍ଥାନୀୟ ଅଞ୍ଚଳରୁ ନିର୍ବାଚନ ଲଢୁଥିବା ଲୋକଙ୍କ ପାହାଡ ଭଳି ଟଙ୍କା
- କଲେକ୍ଟରମାନେ ଯୋଜନା କରି ନେଉଛନ୍ତି କି ?
ଅର୍ଗସ ବ୍ୟୁରୋ: ମେ ୧୩ ତାରିଖରେ ହେବାକୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାଜିଛି ବିଗୁଲ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆଖି ତରାଟି ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଓଡିଶାରୁ ଜବତ ହେଲାଣି ୧୧୮ କୋଟି ଟଙ୍କାର ସାମଗ୍ରୀ । ଯେଉଁ ଥିରେ ରହିଛି
ଜବତ କ'ଣ ହୋଇଛି ?
2 କୋଟି 7 ଲକ୍ଷ ଟଙ୍କା ଜବତ
ମଦ - 18 କୋଟି 19 ଲକ୍ଷ
43 କୋଟି 69 ଲକ୍ଷ ଗଞ୍ଜେଇ ବ୍ରାଉନ ସୁଗାର ଜବତ
ସୁନା 7.17 କୋଟି
47.44 ଅନ୍ୟାନ୍ୟ ସାମଗ୍ରୀ
ମୋଟ 118 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି
କିଏ କେତେ ଟଙ୍କାର ସାମଗ୍ରୀ ଜବତ କରିଛି
61.66 କୋଟି ପୋଲିସ ଜବତ କରିଛି
ଅବକାରୀ 30 କୋଟି
ରାଜ୍ୟ ଯିଏସଟି 17 କୋଟି
ରାଜସ୍ୱ ଏବଂ ଗୁଇନ୍ଦା ବିଭାଗ 6.64 କୋଟି
ପରିବହନ - 1.19 କୋଟି
ଇନକମ ଟ୍ୟାକ୍ସ - 73 ଲକ୍ଷ
ବନ ବିଭାଗ - 95 ଲକ୍ଷ
ସେହିପରି ରାଜ୍ୟରେ ସି ଭିଜିଲି ଆପରେ 3873 ଅଭିଯୋଗ ଆସିଥିବା ବେଳେ ଗତକାଲି ସୁଦ୍ଧା 3854 ସମାଧାନ ହୋଇଛି । ଭିଜିଲ ଆପ ରେ 587 ଅଭିଯୋଗ ଆସିଥିଲା 582 ସମାଧାନ ହୋଇଛି ବିଶେଷ ଭାବେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ପୋଷ୍ଟର ଆଉ ବ୍ୟାନରକୁ ନେଇ 2700 ଅଭିଯୋଗ ଆସିଛି ।
📱 Get Argus News App
✨ସେପଟେ ଏହି ସବୁ ଟଙ୍କା ଓ ସାମଗ୍ରୀ ର ବଡ଼ ପ୍ରମାଣ ଆସିଛି ରାୟଗଡା ରୁ । ଦେଖନ୍ତୁ ରାୟଗଡ଼ାରେ ଲୋକେ ଜବତ କରି ପୋଲିସ ଜିମା ଦେଇଥିବା ଏହି ଗାଡ଼ିରେ ଭର୍ତ୍ତି ହୋଇଛି ମୋବାଇଲ ଟାବଲେଟ୍। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ସହ 5ଟି ଲୋଗ ମଧ୍ୟ ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏଗୁଡ଼ିକ ବାଣ୍ଟିବା ଲାଗି ଅଣାଯାଇଥିବା ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଟାବଲେଟ୍ ନେଇ ଯାଉଥିବା ଲୋକଙ୍କର ସଫେଇ ହେଲା ଏଗୁଡ଼ିକୁ ସ୍କୁଲରେ ବାଣ୍ଟିବା ପାଇଁ ଅଣାଯାଇଥିଲା। ପ୍ରଶ୍ନ ଉଠୁଛି ନିର୍ବାଚନ ଆଚରଣ ବିଧ ଲାଗୁ ହୋଇସାରିଥିବା ବେଳେ ଏତେ ପରିମାଣର ଟାବଲେଟ୍ ନେବା ବେଆଇନ ନୁହେଁକି ?
କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ଓ 28 ବିଧାନସଭା ଆସନର ନିର୍ବାଚନ ମେ ୧୩ ରେ ହେବ । ତେବେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ଅଧିକ । ମହିଳା ଭୋଟର ଙ୍କ ସଂଖ୍ୟା ହେଉଛି 31 ଲକ୍ଷ 87 ହଜାର 771 । ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି 30 ଲକ୍ଷ 96 ହଜାର 243 । ମୋଟ ଭୋଟ ର ଙ୍କ ସଂଖ୍ୟା 62,84,649 ।
ଆହୁରି ପଢନ୍ତୁ ଓଡିଶା ଖବର...