ପାଣ୍ଡିଆନଙ୍କ କଥା ଧୂଆଁ ବାଣ : ନିର୍ବାଚନ ଆସିଲେ ମନେ ପଡ଼େ ଲୋକଙ୍କ କଥା

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ନିର୍ବାଚନୀ ଧୂଆଁ ବାଣ । ମନେ ପଡ଼ିଗଲା ଦେଇଥିବା ୨୦୦ କୋଟି ଟଙ୍କାର କଥା । କାମ ହେବ କି ନାହିଁ ପୁଣି ଦେଖା ଦେଲା ଆଶା ଅଶଙ୍କା । ଗତ କାଲି ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଓ ଧାମନଗର ବ୍ଲକ ଗ୍ରସ୍ତରେ ଆସିଥିଲେ ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ୍ । ନିର୍ବାଚନ ପୂର୍ବରୁ ଗ୍ରସ୍ତକୁ ନେଇ ବର୍ଷିଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ସେମାନେ ଦାବି କରିଛନ୍ତି ନିର୍ବାଚନକୁ ଆଉ ମାତ୍ର କେଇ ମାସ ରହିଥିବା ବେଳେ ପାଣ୍ଡିଆନଙ୍କ ବନ୍ୟା ସହ ଦୁର୍ବଳ ନଦୀ ବନ୍ଧ ଓ ବ୍ୟାରେଜ କଥା ମନେ ପଡିଗଲା ବୋଲି ।
ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ବନ୍ୟା ଆସିଥାଏ । ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକରେ ଦୁଇଟି ଏସ୍କକେଫ ବାଲିପୋଖରୀ ଓ କଣ୍ଟିଘାଇ ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥାଏ । ଯାହା ଫଳରେ ଜନବସତିକୁ ବନ୍ୟା ଜଳ ପସି ବ୍ୟାପକ କ୍ଷୟକ୍ଷତି କରିଥାଏ । ତା ସହିତ ହଜାର ହଜାର ହେକ୍ଟର ଚାଷ ଜମି ବି ନଷ୍ଟ ହୋଇଥାଏ । ସ୍ଥାନୀୟ ଲୋକମାନେଙ୍କ ଦାବି କୁ ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ବିଧାନସଭା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି ଉଠାଇଥିଲେ ।
📱 Get Argus News App
✨ସେହିପରି ଗତକାଲି ୫ଟି ଅଧକ୍ଷଙ୍କ ଗ୍ରସ୍ତକୁ ନେଇ ଜିଲ୍ଲା କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ୫ଟି ଅଧକ୍ଷଙ୍କୁ ପ୍ରଶ୍ନ କରଇଛନ୍ତି । କହିଛନ୍ତି, ନିର୍ବାଚନ ଆସିଲେ ମନେ ପଡ଼େ ରାଜ୍ୟ ସରକାର ଦେଇଥିବା ଥିବା ପ୍ରତିଶୃତି । କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ୨୦୦ କୋଟି ଟଙ୍କାର ପ୍ରତିଶୃତି । ୩୦ ମାସ ଭିତରେ ନିର୍ମାଣ ହେବାକୁ ବ୍ୟାରେଜ କାମ କେତେ ବାଟ ଗଲା ।
ସେହିପରି ଗତ ୨୪ ବର୍ଷର ଶାସନ କାଳରେ ରାଜ୍ୟ ସରଖାର କେବଳ ଭଦ୍ରକ ଜିଲ୍ଲା ବାସୀଙ୍କୁ କେବଳ ଠକି ଆସୁଛନ୍ତି । ଯାହାକୁ ନେଇ ଜୋରଦାର ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ । ନିର୍ବାଚନକୁ ଆଖି ଆଗରେ ରଖି କରଯାଇଥିବା ବୈତରଣୀ ନଦୀବନ୍ଧ ପରିଦର୍ଶନ କାର୍ଯ୍ୟକ୍ରମକୁ ଏକ ନିର୍ବାଚନୀ ଧୂଆଁ ବାଣ ବୋଲି କହିଛି କଂଗ୍ରେସ ।