Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମସ୍ତଙ୍କ ନଜରରେ ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର

Odisha

ସମସ୍ତଙ୍କ ନଜରରେ ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର

Smruti Parija
Browse all articles by Smruti Parija
·2 years ago·1 min read
ସମସ୍ତଙ୍କ ନଜରରେ ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର

ଅର୍ଗସ ବ୍ୟୁରୋ: 447 ପ୍ରାର୍ଥୀଙ୍କର ଚାଲିଛି ଭାଗ୍ୟ ପରୀକ୍ଷା । ସେମାନଙ୍କ ମଧ୍ୟରେ ଲୋକସଭା ପାଇଁ 64 ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ମୋଟ୍ 383 ପ୍ରାର୍ଥୀ ଅଛନ୍ତି । 6ଟି ଲୋକସଭା ଆସନ ମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର ଉପରେ । ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି । 

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ସବୁଠୁ ବଡ ଲଢେଇ ହେଉଛି । ଏହାକୁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ସମ୍ମାନର ଲଢେଇ କୁହାଯାଉଛି । 

ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ୱିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୁପ୍ତ ମିଶ୍ରଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଅନେକ ବିଧାନସଭା ଆସନରେ ମଧ୍ୟ କଡା ମୁକାବିଲା ହେଉଛି । କେନ୍ଦୁଝର ଜିଲ୍ଲାର ଘସିପୁରା ଆସନରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟରେ କଡା ଟକ୍କର ହେଉଛି । ନୟାଗଡରେ ବିଜେଡି ପ୍ରାର୍ଥୀ ବିଧାୟକ ଅରୁଣ କୁମାର ସାହୁ, ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ରେଢାଖୋଲରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଏକ୍ରାମରେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟରେ ବିଜେପି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ସତ୍ୟବାଦୀରେ ବିଜେଡିର ସଞ୍ଜୟ ଦାସବର୍ମା, ବଡମ୍ବାରେ ଦେବୀ ମିଶ୍ର, ଆଠଗଡରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆନନ୍ଦପୁରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ନିଜ ଗଡ ବଜାୟ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି । 

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
election-update-2024 | Argus News