ବିଜେଡ଼ିକୁ ଘାରିଛି ପରାଜୟ ଭୟ, ହାରିବା ଭୟରେ ମାରପିଟ୍ କରୁଛି ବିଜେଡି

ଭଦ୍ରକ : ଭଣ୍ଡାରିପୋଖରୀରେ ଦେଖାଦେଲା ନିର୍ବାଚନୀ ହିଂସାକାଣ୍ଡ l ପୁଣି ବିଜେଡ଼ି ପ୍ରାର୍ଥୀ ବଦ୍ରୀ ପାତ୍ରଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ନିର୍ଧୁମ ମାଡ ମାରିଛନ୍ତି ବିଜେଡ଼ି ସମର୍ଥକ l ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ପୁରୁଷଣ୍ଢ ପଞ୍ଚାୟତ ଭବାନିଗଞ୍ଜ ଗାଁରେ ବିଜେଡି ପକ୍ଷରୁ ନିର୍ବାଚନ ସଭା ହେଉଥିଲା l ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଗ୍ରାମ ରାସ୍ତା ଅବରୋଧ କରି ଦଳୀୟ ସଭା କରୁଥିଲେ ଘଷିପୁରା ବିଜେଡ଼ିର ବିବାଦୀୟ ବିଧାୟକ ବଦ୍ରୀ ନାରାୟଣ ପାତ୍ର l ତେବେ ରାସ୍ତା ଉପରେ ଏହି ବୈଠକ ହେଉଥିବାରୁ କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିଥିଲା l ପରିସ୍ଥିତି ଏପରି ହେଲା ଯେ, ମାର୍ ପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା l ଆଉ ଏହି ମାରପିଟରେ କଂଗ୍ରେସର ଏକାଧିକ ସମର୍ଥକ ଆହତ ହୋଇଥିଲେ l
ଅଧିକ ପଢନ୍ତୁ : ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ ଆକ୍ରମଣ
ଖବର ପାଇ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ତେବେ ଗ୍ରାମର ସରକାରୀ ରାସ୍ତାକୁ ଅବରୋଧ କରି ବିଜେଡ଼ି ସଭା ଏବଂ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ କୁମନ୍ତବ୍ୟକୁ ନେଇ ବିଜେଡ଼ି କଂଗ୍ରେସ ମଧ୍ୟରେ ମାରପିଟ୍ ହୋଇଥିଲା ବେଳେ ବିଜେଡ଼ି ସମର୍ଥକ ମାନେ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ଆଗରପଡ଼ା ଥାନାରେ ଅଭିଯୋଗ ହୋଇଛି l ସେପଟେ ରାସ୍ତା ଉପରେ ବୈଠକ ସହ ନିର୍ବାଚନୀ ପ୍ରଚାର ପ୍ରସାର ନିର୍ବାଚନୀ ଆଚରଣ ବିଧିର ଖୋଲାଖୋଲି ଉଲଙ୍ଘନ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି l ସେପଟେ ନିର୍ବାଚନ ସମୟରେ ଏପରି ଗଣ୍ଡଗୋଳ ଏବଂ ମାରପିଟ୍ ଘଟଣାକୁ ଆଗରପଡ଼ା ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି l