Videos
|
Odisha

ଭୋଟ୍ ଜାଲିଆତି କରି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ନିର୍ବାଚନ ଜିତିଛନ୍ତି ଅନନ୍ତ: ଜଗନ୍ନାଥ ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ଭୋଟ୍ ଜାଲିଆତି କରି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ନିର୍ବାଚନ ଜିତିଛନ୍ତି ଅନନ୍ତ: ଜଗନ୍ନାଥ ପ୍ରଧାନ

ଅର୍ଗସ ବ୍ୟୁରୋ:  ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ନିର୍ବାଚନ ଫଳାଫଳକୁ ଅବୈଧ ଘୋଷଣା ପାଇଁ ଆବେଦନ। ଅନନ୍ତ ନାରାୟଣ ଜେନାଙ୍କ ନିର୍ବାଚନ ଅବୈଧ ଘୋଷଣା ପାଇଁ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି ବିଜେପିର ପରାଜିତ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଭୋଟ୍ ଜାଲିଆତି କରି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ନିର୍ବାଚନ ଜିତିଥିବା ଅଭିଯୋଗ ହୋଇିଛ। 40ରୁ ଊର୍ଦ୍ଧ୍ବ ନାକଚ ପୋଷ୍ଟାଲ ବାଲଟ୍‌କୁ ନିଜ ସପକ୍ଷରେ ଆଣିଥିବା ଅଭିଯୋଗ। ଏହା ସହିତ ରିଟର୍ଣ୍ଣିଂ ଅଫିସରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ପ୍ରଧାନ।

ପୁନଃଗଣତି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ରିଟର୍ଣ୍ଣିଂ ଅଫିସର। ଏହି ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ଗତ ନିର୍ବାଚନରେ ମାତ୍ର 37 ଖଣ୍ଡ ଭୋଟ୍ ବ୍ୟବଧାନରେ ଅନନ୍ତଙ୍କଠୁ ହାରିଥିଲେ ଜଗନ୍ନାଥ..।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election won by ananta by fraudulent vote: Jagannath Pradhan | Argus News