୨ଟି ପର୍ଯ୍ୟାୟରେ କଟକରେ ହେବ ନିର୍ବାଚନ
·2 years ago·1 min read

ଭୁବନେଶ୍ୱର: ୨ଟି ପର୍ଯ୍ୟାୟରେ କଟକରେ ହେବ ନିର୍ବାଚନ । ମେ ୨୫ରେ କଟକ ଲୋକସଭା କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀ ଏବଂ ଜୁନ୍ ୧ରେ ୨ଟି ଲୋକସଭା କ୍ଷେତ୍ରର ୩ଟି ନିର୍ବାଚନ ମଣ୍ଡଳୀରେ ହେବ ଭୋଟିଂ। ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ନିର୍ବାଚନ ପାଇଁ ମୋଟ୍ ୨ ହଜାର ୨୭୪ଟି ବୁଥ କରାଯାଇଛି ।
୧୩୬୪ଟି ବୁଥରେ ଓ୍ବେବକାଷ୍ଟିଂର ବ୍ୟବସ୍ଥା କରାଯିବା ସହ ସମ୍ବେଦନଶୀଳ ବୁଥ ଗୁଡିକରେ ସିସିଟିଭି ଲଗାଯିବ। ଜିଲ୍ଲାରେ ମୋଟ୍ ୧୨୦ ଜଣ ମାଇକ୍ରୋ ଅବଜରଭର ସହ କେନ୍ଦ୍ରୀୟ ଆର୍ମଡ୍ ପୋଲିସ୍ ଫୋର୍ସ ନିଯୁକ୍ତ ହେବେ। ସେହିପରି ନିର୍ବାଚନ ତଦାରଖ ପାଇଁ ୩୮ଟି ଫ୍ଲାଇଂ ସ୍କ୍ବାର୍ଡ ସହ ୧୦ ଜଣ ଏକ୍ସପେନଡିଚର ଅବଜରଭର ନିଯୁକ୍ତି ହେବେ। ପ୍ରତି ବୁଥରେ ୨ ଜଣ ପୋଲିସ୍ କର୍ମଚାରୀ ରହିବେ। ନିର୍ବାଚନ ସମ୍ପର୍କୀୟ ଅଭିଯୋଗ ପାଇଁ ଏକ ସି-ଭିଜିଲ୍ ଆପ୍ଲିକେସନ କାର୍ଯ୍ୟ ଆରମ୍ଭ କରିଛି। ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: