Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ

Odisha

ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ

ଅର୍ଗସ ବ୍ୟୁରୋ:  ରାଜ୍ୟ ସାରା ନିର୍ବାଚନୀ ହିଂସା । କଟକ ତିଗିରିଆ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗାଁରେ ବିଳମ୍ବତି ରାତିରେ ବୋମାମାଡ଼ । ଗାଁରେ ବିଜେଡି କର୍ମୀ 15ରୁ ଊର୍ଦ୍ଧ୍ବ ବୋମାମାଡ଼ କରିଥିବା ଅଭିଯୋଗ । ଏଥରେ ଗାଁର ବଳିଆ ନାୟକ ଗୁରୁତର ହୋଇଛନ୍ତି ।ସେପଟେ ବ୍ରହ୍ମଗିରି ବ୍ଲକ ଗୋପ ୧୪୬ ବୁଥରେ ପୋଲିଂ ଅଧିକାରୀଙ୍କ ମନମାନୀ । ଭୋଟିଂ ସରିବା ପରେ ଏଜେଣ୍ଟଙ୍କ ଦସ୍ତଖତ ନନେଇ ମତଦାନ କେନ୍ଦ୍ରରେ ଇଭିଏମ୍ ଖୋଲିଦେଲେ ପୋଲିଂ ପାର୍ଟି ଅଧିକାରୀ ।

ସେହିପରି ଆଠଗଡ଼ ଗୁଣ୍ଡିଚାପୁରରେ କଣ୍ଟ୍ରୋଲ ରୁମ୍ ନେବା ବଦଳରେ ଇଭିଏମକୁ କମ୍ପ୍ୟୁଟର କୋଚିଂ ସେଣ୍ଟର ନେଇ  ଖୋଲି ପ୍ରିଜାଇଡିଂ ଅଫିସର ଅନିରୁଦ୍ଧ ସେନାପତି ହେରଫେର କରିଥିବା ଅଭିଯୋଗ । କଟକ ଏଡିଏମ୍ ଅନିରୁଦ୍ଧ ସେନାପତିଙ୍କୁ ସସପେଣ୍ଡ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ରେଢ଼ାଖୋଲ କଦଳୀଗଡ ପଞ୍ଚାୟତର ୧୬୫ ନଂ ବୁଥରେ ମତଦାନ କେନ୍ଦ୍ରକୁ ପଥର ମାଡ଼ ହୋଇଛି । ସମ୍ବଲପୁର ଜମନକିରାରେ ବିଜେଡି ନେତାଙ୍କ ଗୁଣ୍ଡାଗିରି । ବିଜେଡି ଉପସଭାପତି ଶୁଭ୍ରଜିତ ଖୁଣ୍ଟିଆଙ୍କ ସମେତ 10ରୁ 12 ଜଣ ବିଜେଡି କର୍ମୀ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Electoral violence at various places | Argus News