|
logo
Live

Argus News - ଆଜି ଯାଏଁ ହୋଇନି ବିଦ୍ୟୁତ ସଂଯୋଗ, ନୂଆପଡ଼ାରେ ନିରାଶ ହୋଇଛନ୍ତି ଚାଷୀ

Odisha

ଆଜି ଯାଏଁ ହୋଇନି ବିଦ୍ୟୁତ ସଂଯୋଗ, ନୂଆପଡ଼ାରେ ନିରାଶ ହୋଇଛନ୍ତି ଚାଷୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଯାଏଁ ହୋଇନି ବିଦ୍ୟୁତ ସଂଯୋଗ, ନୂଆପଡ଼ାରେ ନିରାଶ ହୋଇଛନ୍ତି ଚାଷୀ

ଅର୍ଗସ ବ୍ୟୁରୋ: ବୋରୱେଲ ଖୋଲାହେବ ଆଉ ଚାଷ ଜମିକୁ ଜଳ ସେଚନ ସୁବିଧା ହେବ ଓ ଚାଷୀ କ୍ଷେତରେ ସୁନାର ଫସଲ ହେବ ।ଏବଂ ଚାଷୀ ଭଲ ଚାଷ କରି ଦୁଇ ଟଙ୍କା ଲାଭ ପାଇବେ ଏମିତି ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର । ଏହାକୁ ଆଶା ବାନ୍ଧି ଚାଷୀ  ଉଠା ଜଳସେଚନ  ବିଭାଗ ରେ ବୋରୱେଲ ପାଇଁ ଆବେଦନ କଲେ, ଡିପ ବୋରୱେଲ ମଧ୍ୟ ଖନନ ହେଲା, ହେଲେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ରେ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ନିରାଶ ହୋଇଛନ୍ତି ଚାଷୀ ।  ନୂଆପଡା ଜିଲ୍ଲା କୋମନା ବ୍ଲକ ,ଦରଲି ପଡା ପଞ୍ଚାୟତ ସିଲେଟ ପାଣି ଗାଁ ର ଚାଷୀ ମାନେ ସ୍ୱଳ୍ପ ବୃଷ୍ଟିପାତ ହେଉଥିବାରୁ ଅନେକ ସମୟ ମରୁଡି ରେ କ୍ଷତି ସହୁଛନ୍ତି ।

ବୋରୱେଲ ନ ମିଳିବାରୁ ପାଣି ବ୍ୟବସ୍ଥା ନାହିଁ ତେଣୁ ଚାଷ ଜମି ଟାଙ୍ଗରା ହୋଇରହିଛି । ଏଠି ବିଜୁ କୃଷକ ବିକାଶ ଯୋଜନା ପ୍ରହସନ ପାଲଟିଥିବା ବେଳେ ଗରିବ ଚାଷୀଙ୍କ ପ୍ରତି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ଉଠା ଜଳସେଚନ ବିଭାଗ । ଯଥା ଶୀଘ୍ର ଚାଷୀଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଡିପ ବୋରୱେଳ ରେ ବିଦ୍ୟୁତ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଚାଷୀ ।

ଏପଟେ ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନୂଆପଡ଼ା ଉଠା ଜଳସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସିରିଶ ଚନ୍ଦ୍ର। ତେବେ ନୂଆପଡ଼ା ଜିଲ୍ଲାର ଚାଷୀଙ୍କୁ ସରକାର ବିଦ୍ୟୁତ ବ୍ୟବସ୍ଥା କରିବେ ତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ଆଜି ଯାଏଁ ହୋଇନି ବିଦ୍ୟୁତ ସଂଯୋଗ, ନୂଆପଡ଼ାରେ ନିରାଶ ହୋଇଛନ୍ତି ଚାଷୀ | Argus News