Videos
|
Odisha

ଗାଁକୁ ପହଞ୍ଚି ପାରୁନି ବିକାଶ, ନାଁ ରାସ୍ତା ଅଛି ନାଁ ବିଦ୍ୟୁତ୍‌

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗାଁକୁ ପହଞ୍ଚି ପାରୁନି ବିକାଶ, ନାଁ ରାସ୍ତା ଅଛି ନାଁ ବିଦ୍ୟୁତ୍‌

ଅର୍ଗସ ବ୍ୟୁରୋ:  ପ୍ରତିଶ୍ରୁତିରେ ବନ୍ଧା ପଡ଼ିଛି ତଳମେଟିଂ ଓ ଉପରମେଟିଂ । ଗାଁକୁ ପହଞ୍ଚି ପାରୁନି ବିକାଶ । ଅନ୍ଧାକାରମୟ ବର୍ତ୍ତମାନ ମଧ୍ୟରେ ଭବିଶ୍ୟତର ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ। ତେବେ ଦୁର୍ଗମର ଏହି ଅନ୍ଧାରି ମୂଲକରେ କେମିତି ରାତି କଟାନ୍ତି ଅଞ୍ଚଳବାସୀ ଏହା ପରଖିବା ପାଇଁ ପହଞ୍ଚିଥିଲା ଆମଟିମ। ଆଉ ଦେଖିଥିଲା କ୍ୟାମେରାରେ କଏଦ କରିଥିଲା ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତା।

କୋରାପୁଟ ଜିଲ୍ଲାର କାକିରୀଗୁମା। ଗାଁକୁ ଯିବାକୁ ହେଲେ କାକିରୀଗୁମା ଠାରୁ 15  କିଲୋମିଟର ପାହାଡିଆ ରାସ୍ତା ଦେଇ ଗଲେ ପଡେ ତଳମେଟିଂ ଓ ଉପର ମେଟିଂ ଗାଆଁ।ଏହି ଦୁଇଟି ଗାଆଁରେ ପାଖାପାଖି 400 ଲୋକ ରୁହନ୍ତି। କିନ୍ତୁ ବିକାଶ ଏମାନଙ୍କ ପାଇଁ ସାତସପନ।  ଏବେବି ଗାଁରେ ବିଦ୍ୟୁତସେବା ସାତ ସପନ। ସଧ୍ୟା ନଇଁଲେ ଗାଆଁରେ ତାଟି କବାଟ ପଡିଯାଏ। ରାତିର ଅନ୍ଧକାର ଦୂର ପାଇଁ ଏଠି ଡିବିରୀ ଭରସା। ଦୀପ ଲଗାଇ ଏଠି ଘର କାମ ହେବା ସହ ଦୀପ ଆଲୁଅରେ ସୁନେଲି ଭବିଶ୍ୟତର ସ୍ବପ୍ନ ଦେଖନ୍ତି ମେଟିଂର ଛାତ୍ରଛାତ୍ରୀ।  ସରକାର ବିଦ୍ୟୁତ ଯୋଗାଇ ଦେଉ ନଥିବା ବେଳେ ସାତ ବର୍ଷ ତଳେ ଏକ NGO ପ୍ରତ୍ୟକ ଘରକୁ ସୋଲୋର ଲାଇଟ ଯୋଗାଇ ଦେଇଥିଲା ।  କିନ୍ତୁ ଅଳ୍ପ ଦିନର ବ୍ୟବହାର ପରେ କାହାର ସୋଲାର ଖରାପ ହୋଇଗଲାଣି ତ କାହାର ବ୍ୟାଟେରି ଖରାପ ହୋଇଗଲାଣି।  ଫଳରେ ଏବେବି ଅନ୍ଧାରୀ ରହୁଛନ୍ତି ଗ୍ରାମବାସୀ।

ଖାଲି ବିଦ୍ୟୁତ କାହିଁକି ଅନ୍ୟ ମୌଳିକ ସୁବିଧା ମଧ୍ୟ ଗାଁରେ ଅପହଞ୍ଚ। ଗାଁକୁ ଆତଯାତ ପାଇଁ ପକ୍କା ରାସ୍ତା ନାହିଁ। ସେଭଳି ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ଫଳରେ ଦୂଶିତ ପାଣି ପି ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ। ଆବାସ, ଭତ୍ତା ଭଳି ସରକାରୀ ସହାୟତା ଏଠାରେ ଅପହଞ୍ଚ। ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ଶୁଦ୍ଧା କେହି ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି। ବିକାଶର ନାରା ଦେଇ ବାହାବାହି ନେଉଥିବା ରାଜ୍ୟ ସରକାରଙ୍କ ବିକାଶର ଏ ହେଉଛି ଅସଲ ଚିତ୍ର। ଏଠି ସାଧାରଣ ଲୋକଙ୍କ ପାଇଁ ଯୋଜନା ଅଛି। ଏଥିପାଇଁ ଅର୍ଥ ମଞ୍ଜୁର ହେଉଛି କିନ୍ତୁ ଏହାର ଲାଭ ପାଉ ନାହାନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

electric problem in rural area | Argus News