Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ଘଣ୍ଟା ବିଦ୍ୟୁତ୍‌ କାଟ, ୪ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୮ ଘଣ୍ଟା ବିଦ୍ୟୁତ୍‌ କାଟ, ୪ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାଦରେ ୪ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ । ମଙ୍ଗବାର ରାତି ୧୨ ରୁ ସକାଳ ୮ ଟା ପର୍ଯ୍ୟନ୍ତ କଖଡ଼ା ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ ବିଦ୍ୟତୁ ସଂଯୋଗରୁ ବିଛିନ୍ନ ହୋଇଥିଲା। ଯେଉଁଥିପାଇଁ ଅସହ୍ୟ ଗରମରେ ଛଟପଟ ଏବଂ କଲ ବଲ ହେଇଥିଲେ ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା l ଗ୍ରାମବାସୀ ରାତିରେ ବିଦ୍ୟୁତ ଯୋଗାଇ ଦେବାକୁ ବିଦ୍ୟୁତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିଦ୍ୟୁତ କର୍ମଚାରୀମାନେ ରାତିରେ ବିଦ୍ୟୁତ ସେବା ଦେଇହେବ ନାହିଁ  ବୋଲି ରୋକ ଠୋକ ମନା କରିଥିଲେ ।

ସକାଳେ ଗ୍ରାମକୁ ବିଦ୍ୟୁତ ସଜାଡ଼ିବାକୁ କର୍ମଚାରୀମାନେ ପହଁଚିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ଏଭଳି ଭୁଲ ଆଉ କରିବେନି ଠିକ ସମୟରେ ବିଜୁଳି ଦେବାର ପ୍ରତିଶୃତି ଦେବା ସହିତ ଭୁଲ ଶିକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଛାଡିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Electricity cut for 8 hours, villagers detained 4 electricity workers | Argus News