Videos
|
Odisha

`ଦାନା’ ବାତ୍ୟାରେ ବ୍ୟାପକ ପ୍ରଭାବିତ ହୋଇଛି ବିଦ୍ୟୁତ ସେବା

Ritu Das
Browse all articles by Ritu Das
·1 year ago·1 min read
`ଦାନା’ ବାତ୍ୟାରେ ବ୍ୟାପକ ପ୍ରଭାବିତ ହୋଇଛି ବିଦ୍ୟୁତ ସେବା

ଅର୍ଗସ ବ୍ୟୁରୋ: `ଦାନା’ ବାତ୍ୟାରେ ବ୍ୟାପକ ପ୍ରଭାବିତ ହୋଇଛି ବିଦ୍ୟୁତ ସେବା । ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡଏଲ) ଅଧୀନସ୍ଥ ଭଦ୍ରକ ସାଉଥ୍ ଓ  ନର୍ଥ ଇଲେକ୍ଟ୍ରିକାଲ୍ ଡିଭିଜନ ଓ ବାଲେଶ୍ବର ଜିଲ୍ଲାର ସୋର ଇଲେକ୍ଟ୍ରିକାଲ୍ ଡିଭିଜନରେ ଅଧିକ ମାତ୍ରାରେ କ୍ଷୟକ୍ଷତି ଘଟିଛି। ଉତ୍ତର ଓଡ଼ିଶାର ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର, ଚାନ୍ଦବାଲି , ଇରମ, ର।ହଞ୍ଜ, ତିହିଡି ଅଞ୍ଚଳରେ ଅଧ‌ିକ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସୋର ଡିଭିଜନ ଅଧୀନରେ ଔପଦା, ସୋର, ସିମୁଳିଆ ବାହାନଗା, ଖଇରା ଆଦି ଅଞ୍ଚଳରେ ଅଧିକ ବାତ୍ୟା ପ୍ରଭାବିତ ହୋଇଛି। 

ବିଦ୍ୟୁତ୍ ଫିଡର, ବିଦ୍ୟୁତ ତାର ଉପରେ ବଡ଼ ବଡ଼ ଗଛ ପଡ଼ିବା ଏବଂ ପବନରେ ଖୁଣ୍ଟ ଭାଙ୍ଗିବା ଆଦି ଫଳରେ ବିଦ୍ୟୁତ ସେବା ବ୍ୟାଘାତ ଘଟିଛି। ବିଦ୍ୟୁତ ସେବା ସ୍ବାଭାବିକ କରିବା ପାଇଁ ଟିପିଏନ୍‌ଡିଏଲ୍ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। 

ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିକ କରିବା ପାଇଁ ଟିପିଏନ୍ଓଡିଏଲର ୫ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ବାତ୍ୟା ପାଇଁ ଗ୍ରାମାଞ୍ଚଳରେ ଅଧିକ କ୍ଷୟକ୍ଷତି ଘଟିଥିବାରୁ ଏହାର ଆକଳନ କାର୍ଯ୍ୟ ଜାରି ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ପରେ ପାଣି ଜମା ହୋଇଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। 
ତଥାପି କର୍ମଚାରୀମାନେ ଝଡ଼ ତୋଫାନ, ଜଳମଗ୍ନ ଅଞ୍ଚଳ, ସରୀସୃପ ଆକ୍ରମଣର ଭୟ ଆଦି ସମସ୍ତ ପ୍ରତିକୂଳ ସ୍ଥିତିକୁ ସାମ୍ନା କରି ପ୍ରଭାବିତ ଭିତ୍ତିଭୂମିକୁ ସୁଧାରିବା ପାଇଁ ଆହୋରାତ୍ର କାର୍ଯ୍ୟ କରୁଛନ୍ତି। ଅଧାରୁ ଅଧିକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବାବେଳେ ଅବଶିଷ୍ଟ ଅଞ୍ଚଳରେ ସ୍ଥିତି ସ୍ବାଭାବିକ କରିବାକୁ ସେମାନେ ତତ୍ପର ମଧ୍ୟ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Electricity services | Argus News