No Powercut / ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ, ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
·5 months ago·2 min read

Key Points
ବିଲ୍ ବାକି ଥିଲେ ବି କଟିବନି ବିଜୁଳି
ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂଦେଓ

ଭୁବନେଶ୍ବର ୧୩/୦୪: ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡ଼ା ନିର୍ଦ୍ଦେଶ। ହିତାଧିକାରୀଙ୍କ ବିଲ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ନାହିଁ। କୌଣସି ଡିସକମ୍ ଦ୍ବାରା ଅନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ କରାଯିବା ଉଚିତ୍ ନୁହେଁ। ମରାମତି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ବିଦ୍ଯୁତ୍ କାଟ୍ SMS ଏବଂ ସାଧାରଣ ଠିକଣା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର କରାଯିବା ଉଚିତ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଥିବାରୁ ସମ୍ପୃକ୍ତ ବିଭାଗ ଡିସକମ୍ଭକୁ ସଚେତନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ଏବଂ ଏହି ଘୋଷଣାକୁ କଡ଼ା ପାଳନ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା ସ୍ଥାପନ କରିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ଘୋଷଣାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ପଢନ୍ତୁ ଏହି ଖବର: ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର; ବିଦ୍ୟୁତ୍ ବିତରଣ ଖର୍ଚ୍ଚର ଅଡିଟ୍ କରିବେ CAG
ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରି କଟିବନି ବିଦ୍ୟୁତ । ପାଓ୍ବାର କଟ୍ ନେଇ ଏକ ଗୁଡ୍ ନ୍ୟୁଜ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହା ସମସ୍ତଙ୍କୁ ଆଶ୍ବସ୍ତ କରାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମରେ ଆଉ ଅଘୋଷିତ ବିଦ୍ୟୁତ୍ କାଟ ହେବ ନାହିଁ । ଏ ପ୍ରତିଶ୍ରୁତି ଆମ ସରକାର ଦେଉଛନ୍ତି । ଯଦି କୌଣସି ସ୍ଥାନରେ ଅଘୋଷିତ ବିଦ୍ୟୁତକାଟ ହେଉଛି, ତେବେ ଯେଉଁ ଅଧିକାରୀ କିମ୍ବା କର୍ମଚାରୀ କରିଥିବେ ଦଣ୍ଡନୀୟ ଅପରାଧରେ ପଡ଼ିବେ। ଘୋଷଣା କରାନଯାଇ ବିଜୁଳି କାଟିଲେ ନିଶ୍ଚିତ ଭାବେ ଜେଲ୍ ଯିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି। ବଢ଼ିବନି ବିଦ୍ୟୁତ୍ ଦର। ଚଳିତବର୍ଷ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧ ନ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ନିଷ୍ପତ୍ତି ନେଇଛନ୍ତି । ସେହିପରି ଅନଲାଇନ ଜରିଆରେ ବିଲ ପୈଠ କଲେ ଉପଭୋକ୍ତାଙ୍କୁ ମିଳିବ ୪ ପ୍ରତିଶତ ରିହାତି। ଏନେଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।
Related Topics
Explore more stories