No Power Tariff Hike / ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର; ବିଦ୍ୟୁତ୍ ବିତରଣ ଖର୍ଚ୍ଚର ଅଡିଟ୍ କରିବେ CAG
·2 weeks ago·2 min read

Key Points
ଚଳିତବର୍ଷ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧ ନ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦରକୁ ଅପରିବର୍ତ୍ତିତ ରଖିଛନ୍ତି ।
ଭୁବନେଶ୍ଵର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ଵସ୍ତି । ବଢ଼ିବନି ୟୁନିଟ୍ ପିଛା ବିଦ୍ୟୁତ୍ ଦର । ଚଳିତବର୍ଷ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧ ନ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦରକୁ ଅପରିବର୍ତ୍ତିତ ରଖିଛନ୍ତି ।
୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଟାରିଫ୍ ୧୦ ପଇସା ହ୍ରାସ ପାଇଥିଲା । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିଦ୍ୟୁତ୍ ଦରକୁ ଅପରିବର୍ତ୍ତିତ ରଖାଯାଇଛି । ଏହା ଛଡ଼ା ବିଦ୍ୟୁତ୍ ବିତରଣ କମ୍ପାନୀ ଉପର ଲଗାମ ରଖିବା ସହ ଗ୍ରାହକଙ୍କ ସୁବିଧା ପାଇଁ OERC ବଡ଼ ପଦକ୍ଷେପ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ସରକାର ସ୍ମାର୍ଟ ମିଟର ଲଗାଇବେ
ବିଗତ ୫ ବର୍ଷ ହେଲା ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି । ଏଣିକି ବିଦ୍ୟୁତ୍ ବିତରଣ କମ୍ପାନୀ କରୁଥିବା ଖର୍ଚ୍ଚର ସିଏଜି ଅଡିଟ୍ କରାଯିବ । ୫୦ ପ୍ରତିଶତରୁ ଅଧିକ କ୍ଷତି ସହୁଥିବା ଫିଡର ଗୁଡ଼ିକରେ ସ୍ମାର୍ଟ ମିଟର ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସେହିଭଳି କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଅଧିକ ଲୋଡ୍ ନେଉଥିଲେ ସେ ଗୁଡ଼ିକ ସୋଲାର ଦ୍ୱାରା ବୈଦ୍ୟୁତିକରଣ କରାଯିବ । ବାଣିଜ୍ୟିକ ଓ ପରିବହନ କ୍ଷତି ଅଧିକ ହେଉଥିବା ଅଞ୍ଚଳରେ ଟ୍ରାନ୍ସଫର୍ମର ସହ ବିଦ୍ୟୁତ୍ ବିତରକ କମ୍ପାନୀ ଲଗାଇବେ ସ୍ମାର୍ଟ ମିଟର ।
ସ୍ମାର୍ଟ ମିଟରର ସଫ୍ଟୱେୟର ଅଡିଟ୍ କରିବ ତୃତୀୟ ପକ୍ଷ କମ୍ପାନୀ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ନେଇ ବିଭିନ୍ନ ସମୟରେ ଆସୁଥିଲା ଅଭିଯୋଗ । କର୍ମଚାରୀ ଖର୍ଚ୍ଚ ଓ ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବିଦ୍ୟୁତ୍ ବିତରକ କମ୍ପାନୀକୁ OERC ନିର୍ଦେଶ ଦେଇଛନ୍ତି । ସର୍ବ ଭାରତୀୟ ସ୍ତର ଠାରୁ ଓଡ଼ିଶାରେ ଅଧିକ ରହୁଥିଲା ଏହି ଖର୍ଚ୍ଚ ।
ଦୀର୍ଘ ଦିନ ଧରି ବିଦ୍ୟୁତ ବିତରଣରୁ ବାଦ୍ ପଡ଼ିଥିବା ଗ୍ରାହକଙ୍କୁ ଅତିରିକ୍ତ ସୁରକ୍ଷା ଜମା ଫେରାଇବ କମ୍ପାନୀ । ୧୦ କିଲୋୱାଟ୍ରୁ ଅଧିକ ବିଦ୍ୟୁତ ନେଉଥିବା ଉପଭୋକ୍ତା ସୋଲାର ଆୱାର (ଦିନ ୮ରୁ ଅପରାହ୍ଣ ୪ଟା) ମଧ୍ୟରେ ମିଳିବ ୧୦ ପ୍ରତିଶତ ରିହାତି ।
ଏଥିସହ ପଢ଼ନ୍ତୁ: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗ; କ'ଣ କହିଲା ଟାଟା ପାୱାର ?
ସେହିଭଳି ଅଣ ସୋଲାର ଆୱାର ବା ପିକ ଆୱାରରେ (ସନ୍ଧ୍ୟା ୬ଟାରୁ ରାତି ୧୨ଟା ମଧ୍ୟରେ) ବିଦ୍ୟୁତ୍ ବ୍ୟବହାର ପାଇଁ ଅଧିକ ୧୦ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ସେହିପରି ମେଗାଲିଫ୍ଟ ଉପଭୋକ୍ତାଙ୍କୁ ସୋଲାର ଆୱାରରେ ମିଳିବ ୟୁନିଟ୍ ପିଛା ୨ ପଇସା ରିହାତି ।
ଅନଲାଇନ ଜରିଆରେ ବିଲ ପୈଠ କଲେ ଉପଭୋକ୍ତାଙ୍କୁ ମିଳିବ ୪ ପ୍ରତିଶତ ରିହାତି । ସେହିପରି ଇ-ବିଲ୍ ପାଇଁ ବିଲ୍ ପିଛା ମିଳିବ ୧୦ ଟଙ୍କା ରିହାତି । ଏନେଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories