ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ପରେ ବି ଥମିନି ହାତୀ ଆକ୍ରମଣ, ଜଣେ ଆହତ
·1 year ago·1 min read

ଅର୍ଗସ ବ୍ୟୁରୋ: ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ଲଗେଇଲା ପରେ ବି ବୋଲ ମାନିଲା ନାହିଁ ନରହନ୍ତା ଦନ୍ତା। ଆଜି ପୁଣି ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ଗାଁର ମତ ସାହିରେ ଘର ଭାଙ୍ଗିବା ସହିତ ଜଣଙ୍କୁ ଆକ୍ରମଣ କରି ମାରିଲା । ସୁଚନାରୁ ପ୍ରକାଶ ଯେ ଆଜି ରାତି ପାଖାପାଖି ୧ଟା ସମୟ ରେ ପାଟମୁଣ୍ଡା ଗାଁର ମତ ସାହିରେ ନର ହନ୍ତା ଦନ୍ତା ଗାଁକୁ ପ୍ରବେଶ କରି ଗାଁର ତିନୋଟି ଘର ଭାଙ୍ଗିବା ଶହ ଆସବା ପତ୍ର ଭାଙ୍ଗିବା ଶହ ଚଉଳ ଖାଇବା ପରେ ଲୋକଙ୍କୁ ଆକ୍ରମଣ କରିବାକୁ ଗଡ଼େଇ ଥିଲା ।
ଏତିକି ବେଳେ ସମସ୍ତେ ଦୌଡି ପଳେଇ ଯାଉଥିବା ବେଳେ ସମା ମୁଣ୍ଡା (୭୦) ଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା ଯାହାଫଳରେ ସମା ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ବଣ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ରାତିରେ ହିଁ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇଵା ସହ ହାତୀ ର ଗୋତି ବିଧି ଉପରେ ନଜର ରଖିବା ଶହ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: