ଅସୁସ୍ଥ ହୋଇପଡିଥିଲା ଜଙ୍ଗଲୀ ହାତୀ, ଚାଲିଗଲା ଜୀବନ
·2 years ago·1 min read

ଅର୍ଗସ ବ୍ୟୁରୋ: ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଂଗଲୀ ହାତୀର ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଡା ସେକ୍ସନର ଗନ୍ଧର୍ବାରୁ ଗାଁ ନିକଟରେ ଗତକାଲି ଗୋଟିଏ ଜଂଗଲୀ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଗନ୍ଧର୍ବାରୁ ଲୋକେ ଦେଖିଥିଲେ। ଏହାପରେ ବନ ବିଭାଗକୁ ଜଣାଇ ଥିଲେ। ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥିଲେ ।
ଶେଷରେ ହାତୀକୁ ବଞ୍ଚାଇ ପାରି ନଥିଲେ। ତେବେ କଣ ପାଇଁ ହାତୀଟି ଅସୁସ୍ଥ ହୋଇ ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଶବ ବ୍ୟବଛେଦ ପରେ ଜଣାପଡ଼ିବ ବୋଲି ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଯଦି ଏହିପରି ଭାବରେ ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଚାଲିଯାଏ, ତେବେ ଆଗକୁ ସ୍ଥିତି କଣ ରହିବ। ଆଉ ଏହାର ଦାୟୀ କିଏ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: