Videos
|
Odisha

ଡୁଙ୍ଗୁରୀ ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ଡୁଙ୍ଗୁରୀ ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ

ଅର୍ଗସ ବ୍ୟୁରୋ: ବଲାଙ୍ଗିର ସଦର ରେଞ୍ଚ ଅର୍ନ୍ତଗତ ଅସୁର ଡୁଙ୍ଗୁରୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାହାତୀର ବୟସ  ୨୦ ରୁ ୨୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଦନ୍ତାହାତୀର ଗୋଟିଏ ଦାନ୍ତ ଥିବା ବେଳେ ଅନ୍ୟ ଦାନ୍ତଟିକୁ କାଟି ନେଇଛନ୍ତି ଦୁର୍ବୃତ୍ତମାନେ। 

ହାତୀକୁ ଗୁଳି କରି ଶିକାର କରିଥିବା ସନ୍ଦେହ କରାଯାଉଛି। ହାତୀର ମୁଣ୍ଡ ଓ ଦାନ୍ତ ନିକଟରେ ରକ୍ତ ବାହାରୁଥିବାରୁ ହାତୀକୁ ଶିକାର କରାଯାଇଥିବା ସ୍ପଷ୍ଟ କରାଯାଇଛି। ଘଟଣାସ୍ଥଳରେ ବନବିଭାଗ ତଦନ୍ତ କରୁଛି। ଡଗ୍ ସ୍କ୍ବାଡ ମଧ୍ୟ ଘଟଣାସ୍ଥଳରେ ଛାନଭିନ କରୁଛି। ପାଖରେ ଫାର୍ମହାଉସ ଥିବାରୁ ହାତୀକୁ ଶିକାର କରାଯାଉଥିବା ମଧ୍ୟ ସନ୍ଦେହ ହେଉଛି। ହାତୀ ମୃତ୍ୟୁକୁ ନେଇ ଡିଏଫଓ ସୁଦର୍ଶନ ବେହେରା ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Elephant | Argus News