Videos
|
Odisha

ଜଙ୍ଗଲ ମଧ୍ୟରେ ଦନ୍ତାହାତୀର ମୃତ

Ritu Das
Browse all articles by Ritu Das
·2 years ago
ଜଙ୍ଗଲ ମଧ୍ୟରେ ଦନ୍ତାହାତୀର ମୃତ

ଅର୍ଗସ ବ୍ୟୁରା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ରେଞ୍ଜ ଇଲାକାର ବାଲୁଗାଁ-ବାଣପୁର ସ୍ଥିତ ବରବରା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଦନ୍ତାହାତୀର ବୟସ ୨୫/୩୦ ବର୍ଷ ହେବ। 

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ ବିଭାଗ ଅଧୀନସ୍ଥ ବାଣପୁର ସ୍ଥିତ ବରବରା ଜଙ୍ଗଲର ଖରିଆପଲ୍ଲୀ ଛୋଟ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତଦେହ ପଡିଥିବା ବନ ବିଭାଗର କର୍ମଚାରୀ ଜାଣିବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦନ୍ତାହାତୀର ପଞ୍ଚନାମା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଖୋର୍ଦ୍ଧା DFO ପୂର୍ଣ୍ଣିମା ପାଣ୍ଡିଆନ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
elephant death | Argus News