ବାରିପଦା ଏମକେସି ସ୍କୁଲରେ ପଶିଲା ଦନ୍ତା
·2 years ago·1 min read

ଅର୍ଗସ ବ୍ୟୁରୋ: ବାରିପଦା ସହରରେ ପଶିଲା ହାତୀ । ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ। ପୋଲିସ ଓ ବନବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। ସହର ମଝିରେ ଥିବା MKC ହାଇସ୍କୁଲ ପାଚେରୀ ଭାଙ୍ଗି କ୍ୟାମ୍ପସ୍ ଭିତରକୁ ପଶିଯାଇଛି । ଭୋରରୁ ସ୍କୁଲର ମୁଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ଯାଇଛି ହାତୀ। ସହରରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି।
ଖବର ପାଇ ବନବିଭାଗର ଏକ ଟିମ ହାତୀଟିକୁ ସେଠାରୁ କାଢ଼ି ପୁଣି ଜଙ୍ଗଲରେ ଛାଡ଼ିବାର ପ୍ରୟାସ ଜାରି ରଖିଛି। ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇନାହିଁ।
ସ୍କୁଲର ବାହାରେ ଅନେକ ଲୋକଙ୍କ ଭିଡ଼ ଥିବାରୁ ହାତୀଟିକୁ ସିଧାସଳଖ ଘଉଡ଼ାଇବା ମଧ୍ୟ ବିପଜ୍ଜନକ ହେଉଛି। ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କରୁଛି ବନ ବିଭାଗ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର