Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୀଳଗିରିରେ ଉପଦ୍ରବ ଖେଳାଇଲା ହାତୀ: ଭିଡିଓ ଭାଇରାଲ

Odisha

ନୀଳଗିରିରେ ଉପଦ୍ରବ ଖେଳାଇଲା ହାତୀ: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·1 year ago
ନୀଳଗିରିରେ ଉପଦ୍ରବ ଖେଳାଇଲା ହାତୀ: ଭିଡିଓ ଭାଇରାଲ

ଅର୍ଗସ ବ୍ୟୁରୋ: କ୍ୟାମେରାରେ କଏଦ୍ ହେଲା ହାତୀ ଉତ୍ପାତର ଲାଇଭ୍ ଭିଡିଓ । ବାଲେଶ୍ବର ଜିଲ୍ଲା ନୀଳଗିରିରେ ମାତିଲା ଦନ୍ତା। ପଦା ବ୍ଲକ ଢୋଲପୁର ଗାଁରେ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ହାତୀ ଭାଙ୍ଗୁଥିବାର ଭିଡିଓ ସାମ୍ନାକୁ ଆସିଛି। ଘରର ଆଜବେଷ୍ଟସକୁ ନିଜ ଶୁଣ୍ଢରେ ଟେକି  ଫିଙ୍ଗି ଦେଉଛି ହାତୀଟି । 

ଏଥିସହ ବାଡିରେ ପଶି ଚାଷ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛି । ନିକଟ କୁଳଡିହା ଅଭୟାରଣ୍ୟରୁ ହାତୀଟି ଚାଲି ଆସିଥିବା କୁହାଯାଉଛି। ଖବର ପାଇ ବନବିଭାଗ ପହଞ୍ଚି ହାତୀକୁ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି । ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant entered | Argus News