Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ

Odisha

ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ

Ritu Das
Browse all articles by Ritu Das
·1 year ago·1 min read
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା  ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର  ଜଣେ ଚାଷୀଙ୍କ ବିଲରେ ଥିବା ବୋରୱେଲକୁ ତାଡି ପକାଇ ଭାଙ୍ଗି ଦେଇଥିବା ବେଳେ ପରେ ଆମ୍ବଦର୍ହ , ସେମେଲମୁଣ୍ଡା, ଦନ୍ଦ୍ରାବାହାଲ ଗାଁରେ 12ତିକିଆ ହାତୀଙ୍କ ଉପଦ୍ରବରେ ଅଧିକାଂଶ ଚାଷୀଙ୍କ ଧାନ ଓ କପା ଫସଲ  ନଷ୍ଟ କରିବା ସହ ଏକ ବିଦ୍ୟୁତ୍ ଖୁଣ୍ଟକୁ ଉପାଡ଼ି ଦେଇଥିଲେ। 

ଘଟଣାର ଖବର ପାଇ ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ଟିମ୍ ପହଞ୍ଚି ହାତୀପଲକୁ ଘଉଡ଼ାଇ ଦେଇଥିଲେ। ଏବେ ହାତୀ ପଲ କିରିବାଞ୍ଜି ଜଙ୍ଗଲରେ ଥିଲେ ମଧ୍ୟ ବନାଞ୍ଚଳ କର୍ମଚାରୀ ମାନେ  ହାତୀ ପଲକୁ ଜଗି ରହିଛନ୍ତି । ବିଭିନ୍ନ ପ୍ରକାର ଫସଲ  ନଷ୍ଟ ହୋଇଥିବା କ୍ଷତି ପୂରଣ ଚାଷୀମାନେ କ୍ଷୟକ୍ଷତି ଦାବିକରିଛନ୍ତି। ଅନ୍ୟ ପଟେ ପାଟଣାଗଡ ରେଞ୍ଜର ଶ୍ରୀ ବିଶି କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତି ଯୋଗାଇ ଦିଆଯିବ ବୋଲି  କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant herds | Argus News