Elephant Attack / ଆତଙ୍କ ଖେଳାଇଛି ହାତୀ: ଯାଉଛି ଜୀବନ, ପ୍ରଭାବରେ ସ୍କୁଲ ବନ୍ଦ
·9 months ago·2 min read

Key Points
ଦନ୍ତା ହାତୀ ଆତଙ୍କ
ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ସ୍ଥାନୀୟ ଅଞ୍ଚଳରେ ସ୍କୁଲ ବନ୍ଦ
ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ସ୍ଥାନୀୟ ଅଞ୍ଚଳରେ ସ୍କୁଲ ବନ୍ଦ
ହାତୀ ଯୋଗୁ ସ୍କୁଲ ଛୁଟି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପୂର୍ବପଡା ଗାଁରେ ହାତୀ ଆତଙ୍କ । ହାତୀ ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସ୍କୁଲ ଛୁଟି ରହିଛି । ମହତିପୁର, ନୂଆସାହି, ଶୁଣ୍ଡିରା ଗଣ୍ଡିବେଡ଼, ଅଣ୍ଡେରେଇ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସେହିପରି ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ସୁରେନ୍ଦ୍ର ଦାସ ବୋଲି ଜଣାପଡିଛି । ଆଜି ସକାଳେ ଦନ୍ତା ହାତୀ କୁପାରି ଶାରୀଶୁଆ ପାହାଡ଼ରୁ ଆସି ଗାଁରେ ଆତଙ୍କ ଖେଳାଇଛି । ସେହି ସମୟରେ ବାହାରକୁ ଯାଇଥିଲେ ସୁରେନ୍ଦ୍ର, ଯେଉଁ ସମୟରେ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା।
ଆଜି ସକାଳେ ଏକ ଦନ୍ତା ହାତୀ କୁପାରି ଶାରୀଶୁଆ ପାହାଡ଼ରୁ ଆସି ଗାଁକୁ ପଶି ଆତଙ୍କ କରିଥିଲା।ପ୍ରଥମେ ସାରୁକୋଣା,ନଟାପଡା, ଗନ୍ଧାଳି,ବଟେଶ୍ୱର ,ସୁଣ୍ଡିରା ଦେଇ ପୂର୍ବପଡା ଗାଁକୁ ଯାଇ ବୃଦ୍ଧଙ୍କୁ ଦଳି ଦେଇଥିଲା।ସ୍ଥାନୀୟ ଲୋକେ ତାଙ୍କୁ ଖଇରା ମେଡିକାଲକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ କୁପାରି ବନବିଭାଗ ହାତୀଟିକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ପ୍ରବଳ ଥଣ୍ଡା ପାଇଁ ବଦଳିଲା ସମୟ, ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ଯିବା ବନ୍ଦ
ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ସେପଟେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ବ୍ଲକ ଜାମକି ଗ୍ରାମକୁ ୩୦ ଟିକିଆ ହାତୀପଲ ଆସି ୨ ଟା ପରିବାରର ଘର ଭାଙ୍ଗିବା ସହ ୩୦ ରୁ ଅଧିକ ଧାନ ଫସଲକୁ ନଷ୍ଟ କରି ଦେଇଛନ୍ତି । ଗାଁର ନିରାକାର ମାଝୀ ଓ ଅମରିକା ମାଝୀଙ୍କ ଘରକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି ହାତୀପଲ । ବିଳମ୍ବିତ ରାତିରେ ହାତୀମାନେ ଆସି ଥିବାରୁ ଘରୁ ବାହାରି ଅନ୍ୟ ସ୍ଥାନକୁ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଁ ଲୋକେ । ଏହି ଅଞ୍ଚଳର ଲୋକେ ଦୀର୍ଘ ୧୫ ଦିନ ହେଲା ଭୟରେ ଜୀବନ ଯାପନ କରୁଥିବା ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ଆକଳନ କରି କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ତୁରନ୍ତ ହାତୀ ମାନଙ୍କୁ ଘଉଡାଇବା ପାଇଁ ଦାବି ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ମଧ୍ୟ କେନ୍ଦୁଝର ତେଲକୋଇ ରେଞ୍ଜ ବାଘମୁଣ୍ଡା ଧାନକ୍ଷେତରେ ୩୯ ଟିକିଆ ହାତୀପଲଙ୍କୁ ଘଉଡ଼ାଉଥିବାବେଳେ ହାତୀ ଆକ୍ରମଣରେ ରୁଗୁଡିହ ଗାଁର ଚକ୍ରଧର ମହାରଣାଙ୍କ ମୃତ୍ୟୁ ହୋଇଥିଲା । ସୂଚନାନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡିହି ଗ୍ରାମର ଚକ୍ରଧର ମହାରଣା(୨୧) ଓ ଗୁରୁତର ଆହତ ଜଣକ ହେଲେ ବିଜୁ ମୁଣ୍ଡା (୨୧) ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories