Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାନ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ

Odisha

ଧାନ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଧାନ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ

ଅର୍ଗସ ବ୍ୟୁରୋ: ଆଉ ଦିନ କେତେଟା ପରେ ଧାନ ଅମଳ କରିବ ଚାଷୀ । ହେଲେ ଧାନ ଫସଲ ଥୋଡୁଅ ହୋଇ କେଣ୍ଡା ବାହାରିବା ସହିତ  ଧାନ ପାଚି ଗଲାଣି ହାତୀପଲ ଖାଦ୍ୟ ଖାଇବା ଲୋଭରେ ଧାନ ଜମିରେ ପଶି ଦଳି ଚକଡି ଖାଇ କରୁଛନ୍ତି ନଷ୍ଟ ଚିନ୍ତାରେ ଚାଷୀ। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଭୂଷଣ୍ଡପୁର ରେଳଷ୍ଟେସନ ନିକଟସ୍ଥ ବଡତୋଟା ଜଂଗଲରେ ହାତୀପଲ ଘୁରିବୁଲୁଛନ୍ତି। ଜଂଗଲରୁ ୨୩ଟିକିଆ ହାତୀପଲ  ଧାନ ଜମିରେ ପଶି ଥୋଡୁଅ ଧାନ ଖାଇ ଦଳିଚକଡି କରିଛନ୍ତି ଉପଦ୍ରବ। ହାତୀପଲ ନିକଟସ୍ଥ ଜଂଗଲରେ ରହୁଥିବା ବେଳେ ଲୋକେ ଆତଙ୍କିତ।

ଖୋର୍ଦ୍ଧା ଚିଲିକା,ଟାଙ୍ଗୀ ବନବିଭାଗର ୪ଟି ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ହେଲେ ହାତୀ କୁ ଘଉଡେଇବା ପାଇଁ ଉଦ୍ୟମ କରିଥିବା ବେଳେ ହାତୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ତଡିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।ଖୋର୍ଦ୍ଧା ଡିଏଫ୍ଓ ଘଟଣା ସ୍ଥଳରେ ପହଞ୍ଚି ହାତୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ହାତୀପଲ ଭୟରେ ସ୍ଥାନୀୟ ଭୂଷଣ୍ଡପୁର ଉଗ୍ରତାରାପୀଠ ରାସ୍ତା ରେ ଗାଡିମୋଟର ଯାତାୟତ ସଂପୂର୍ଣ୍ଣ ଠପ ହୋଇଛି ସ୍ଥାନୀୟ ଅଂଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in khordha | Argus News