ହାତୀ ଉପଦ୍ରବରେ ଅତିଷ୍ଟ ଲୋକେ, ଭାଙ୍ଗିଲା ୬ଟି ଘରର କାନ୍ଥ
·2 years ago·1 min read

ଅର୍ଗସ ବ୍ୟୁରୋ: ହାତୀ ଉପଦ୍ରବରେ ଅତିଷ୍ଟ ଲୋକେ। ବଣାଇଁ ରେଞ୍ଜ ଅନ୍ତର୍ଗତ ଧରଣୀଧର ସେକ୍ସନ ଗୋଠଛଡାରେ ଦନ୍ତାହାତୀ ଉପଦ୍ରବ। ବିଳମ୍ବିତ ରାତିରେ 6ଟି ଘରର କାନ୍ଥ ଭାଙ୍ଗିଲା ଦନ୍ତା। ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୬ ଟି ପରିବାର। ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଫସଲ ନଷ୍ଟ କରିଛି ଦନ୍ତା। ହାତୀ ଭୟରେ ଗ୍ରାମବାସୀ ରାତି ସାରା ଅନିଦ୍ରା ହେଉଛନ୍ତି। ବିଟ ଅଂଚଳରେ ଥିବା ଫରେଷ୍ଟର,ଫରେଷ୍ଟଗାର୍ଡ ହାତୀ ଘଉଡ଼ାଇବାକୁ ଆସୁନଥିବାବେଳେ ଫୋନ କଲେ ମଧ୍ୟ ଉଠାଉ ନଥିବା ଅଭିଯୋଗ ହୋଇଛି।
ସେପଟେ କଟକ ଜିଲ୍ଲା ନରସିଂହପୁର ବ୍ଲକ ସାଗର ଗ୍ରାମପଞ୍ଚାୟତ ପାତ୍ରଭାଗ ଗାଁରେ ହାତୀ ଆତଙ୍କ। ବିଭିନ ସମୟରେ ହାତୀ ଉପଦ୍ରଵ କରୁଥିବା ବେଳେ ବନ ବିଭାଗ କିଛି ଶୁଣୁନଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସି ପାଖରେ ଥିବା ବିଟ ହାଉସକୁ ଘେରବା ସହ ତାଲା ପକାଇଛନ୍ତି। ଏହାର ପ୍ରତିକାର ନହେଲେ ରାଜା ରାସ୍ତା ଅବୋରଧ କରିବେ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: