ହାତୀପଲଙ୍କ ଉପଦ୍ରବ, ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ
·2 years ago

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ । ଗତ ଦୁଇଦିନ ଧରି ସାହାରପଡା ସେକ୍ସନର ବିଭିନ୍ନ ଗ୍ରାମରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବାବେଳେ ଆଜି ଭୋରରୁ ହାତୀ ପଲ ରାମପୁର ଗାଁରେ ପ୍ରବେଶ କରି ଗ୍ରାମର ତ୍ରିନାଥ ମହାନ୍ତଙ୍କ ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।
ହାତୀ ପଲ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକେ ଘର ଭିତରୁ ବାହାରକୁ ଚାଲି ଯାଇଥିବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀ ପଲ ଏବେ ନିକଟସ୍ଥ ହରିଚନ୍ଦନପୁର ଜଙ୍ଗଲରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନବିଭାଗ ହାତୀ ପଲ ଗାଁ ନିକଟରୁ ଘଉଡାଇବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: