ହାତୀପଲଙ୍କ ଆତଙ୍କ, ଭୟରେ ଲୋକେ
·2 years ago

ଅର୍ଗସ ବ୍ୟୁରୋ: ଗତ କିଛିଦିନ ଧରି ଦୈନିକ ସନ୍ଧ୍ୟାରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ କେତେବେଳେ ପାଣି ପିଇବାକୁ ମହାନଦୀକୁ ଆସୁଛନ୍ତି ତ କେତେବେଳେ ଖାଦ୍ୟ ଖାଇବାକୁ ଆସି ରାସ୍ତାରେ ବୁଲୁଛନ୍ତି। ହାତୀପଲଙ୍କୁ ଦେଖି ଭୟରେ ଲୋକେ। ଗତ କାଲି ରାତିରେ ଅଭୟାରଣ୍ୟ ରୁ ୧୬ଟିକିଆ ହାତୀପଲ ଆସି ଭଗିପୂର୍ ନିକଟସ୍ଥ କଟକ ରାସ୍ତାରେ ବୁଲୁଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭଗିପୂର ବନ ବିଭାଗର କର୍ମ ଚାରି ପହଞ୍ଚି ହାତୀକୁ ଘଉଡାଇଛନ୍ତି ।
ଅଧିକ ପଢନ୍ତୁ: ହାତୀପଲଙ୍କ ଆତଙ୍କରାଜ, ଭାଙ୍ଗି ପକାଉଛନ୍ତି ଘରଦ୍ୱାର
ସମସ୍ତ ହାତୀପଲ ରାତିରେ ଚନ୍ଦକା ଅଭୟାରଣ୍ୟକୁ ଫେରିଛନ୍ତି। ସନ୍ଧ୍ୟା ହେଲେ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ମୁଖ୍ୟ ରାସ୍ତାରେ ହାତୀ ଏପରି ବୁଲିବାକୁ ନେଇ ଲୋକେ ଯାତାୟତ କରିବାକୁ ଗୋଟେ ପ୍ରକାର ଭୟ କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡିଶା ଖବର ଆହୁରି ପଢନ୍ତୁ