Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀପଲଙ୍କ ଆତଙ୍କ, ଲୋକେ ଭୟଭୀତ

Banajyotshna Ray
Browse all articles by Banajyotshna Ray
·1 year ago
ହାତୀପଲଙ୍କ ଆତଙ୍କ, ଲୋକେ ଭୟଭୀତ

ଅର୍ଗସ ବ୍ୟୁରୋ:  ଗାଁମୁହାଁ ହାତୀପଲ। ତିନି ଟିକିଆ ହାତୀପଲ ସୁବର୍ଣ୍ଣପୁର ଓ ଆନନ୍ଦପୁର ଗାଁରେ ଆତଙ୍କ ଖେଳାଇଛନ୍ତି। ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ତିନି ଟିକିଆ ହାତୀପଲ ଆଠଗଡ଼ ସୁକାସନ ଜଙ୍ଗଲକୁ ମହାନଦୀର ବାଙ୍କୀ ସୁବର୍ଣ୍ଣପୁର ଗାଁ ଦେଇ ଯାଉଥିବା ବେଳେ ମହାନଦୀ ସ୍ରୋତରେ ଅଟକି ଯାଇଛନ୍ତି। ସକାଳୁ ହାତୀପଲ ପାଣିରୁ ବାହାରି ସୁବର୍ଣ୍ଣପୁର ଗାଁ ମୁହାଁ ହୋଈ ଏବେ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ଗାଁ ମୁହାଁ ହୋଇଛନ୍ତି। ଆନନ୍ଦପୁର ଗାଁ  ଆମ୍ବ ଜଙ୍ଗଲରେ ବୁଲୁଛନ୍ତି।

ଆଠଗଡ଼ ବନ ବିଭାଗ ଓ ତିଗିରିଆ ବନ ବିଭାଗର କର୍ମଚାରିମାନେ ହାତୀପଲ୍ଲଙ୍କ ଉପରେ ନଜର ରଖିଛନ୍ତି। ଗାଁ ମୁହାଁ ହେବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେପଟେ ହାତୀ ଘଉଡାଇବା ପାଇଁ ବାଣ ମାରୁଛନ୍ତି ବନ ବିଭାଗର କର୍ମଚାରି। ହାତୀପଲ ଗାଁରେ ପଶି ଘର ଦ୍ୱାର ଭଙ୍ଗାରୁଜା କରୁଛନ୍ତି। ଏହାସହ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in cuttack banki | Argus News