ଦନ୍ତା ଆତଙ୍କ, ଲୋକେ ଭୟଭୀତ
·2 years ago·1 min read

ଅର୍ଗସ ବ୍ୟୁରୋ: ଗାଁ ଭିତରେ ପଶି କାନ୍ଥ ଭାଙ୍ଗିଲା ଦନ୍ତା। ରାତିସାରା ଭୟଭିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଘଟଣା ଘଟିଛି ଭୁବନ ବନାଞ୍ଚଳ ଅଧିନ ଶାମଳ ଗ୍ରାମରେ। ଗତକାଲି ରାତିରେ ଏକ ଦନ୍ତା ଶାମଳ ଗ୍ରାମରେ ପଶିବା ସହ ପ୍ରଣବ ଥାଟୋଇଙ୍କ ବାଡ ଭାଙ୍ଗି ଘର ଆଗରେ ବହୁ ସମୟ ଧରି ଠିଆ ହେଲା। ତେବେ ଏହି ସମୟରେ ଘର ଆଗରେ ଭାତ ଗାଳୁଥିବା ତାଙ୍କ ସ୍ତ୍ରୀ ଜୀବନ ବିକଳରେ ପାଟିକରି ଘରଭିତରେ ପସି ଯାଇଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ।
ପରେ ଗ୍ରାମବାସୀ ବାଣ ଫୁଟାଇ,ଟିଣ ବାଡାଇ ହାତୀକୁ ଗ୍ରାମ ବାହାରକୁ ତଡିଥି୍ଲେ। ହାତୀଟି ଗ୍ରାମର ପଛପଟରେ ଥିବାବେଳେ ରାତି ସାରା ଭୟଭିତ ଅବସ୍ଥାରେ ଲୋକମାନେ ଅଛନ୍ତି। ହେଲେ ବନବିଭାଗ ପକ୍ଷରୁ ଠିକରେ ସହଯୋଗ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ହାତୀକୁ ବିଳମ୍ବିତ ରାତିରେ ସୁକିନ୍ଦା ଜଙ୍ଗଲକୁ ତଡି ଦିଆଯାଇଥିବା ବନବିଭାଗ ପ୍ରକାଶ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: