ଦନ୍ତା ଆତଙ୍କ, ଭୟଭୀତ ଗ୍ରାମବାସୀ
·2 years ago·1 min read

ଅର୍ଗସ ବ୍ୟୁରୋ: ଗାଁରେ ବୁଲୁଛି ଦନ୍ତା, ଭୟଭୀତ ଗ୍ରାମବାସୀ । ଯାଜପୁର ସୁକିନ୍ଦା ବନବିଭାଗ ସୁନାଝର ଜଙ୍ଗଲ ନିକଟସ୍ଥ ବରଡି ଓ ଷୋଳମାଣିଆ ଗାଁ ନିକଟରେ ବୁଲୁଛି ଜଙ୍ଗଲୀ ଦନ୍ତାହାତୀ । ବରଡି ସୁନାଝର ଜଙ୍ଗଲ ରେ ଆଜି ଅପରାହ୍ନରେ ଜଙ୍ଗଲୀ ହାତୀ ବୁଲୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ସୁକିନ୍ଦା ବନବିଭାଗ ଗାଁରେ ପହଂଚିଥିଲେ ହେଁ ହାତୀକୁ କାବୁ କରି ପାରି ନଥିଲେ ।
କିଛି ସମୟ ପରେ ଜଙ୍ଗଲି ହାତୀଟି ବରଡି ଗ୍ରାମର ଭାଲୁ ବାରିକ୍ ଙ୍କ ଅଗଣା ରେ ରଖାଯାଇଥିବା ଧାନ ଡ୍ରମ ରୁ ଧାନ ଢାଳି ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ହୋ ହାଲା କରିବାରୁ ଜଙ୍ଗଲି ହାତୀ ଟି ସବୁ ଧାନ କୁ ବିଞ୍ଚିଦେଇ ଜଙ୍ଗଲ ଅଭିମୁଖେ ଦଉଡିଥିଲା। ଏହାକୁ ନେଇ ବରଡି ଓ ସୋଳମାଣିଆ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଛି। ଜଙ୍ଗଲ ବିଭାଗର ଅପରାଗତା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେଣୁ ଯଥାଶୀଘ୍ର ହାତୀକୁ କାବୁ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: