ବୁଲୁଛି ଜଙ୍ଗଲୀ ହାତୀ, ଲୋକେ ଭୟଭୀତ
·1 year ago

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଏକ ଗୋଟିକିଆ ଜଙ୍ଗଲୀ ହାତୀ ବୁଲୁଥିବାର ସୂଚନା ରହିଛି । ଜାହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ଗୋଟିକିଆ ହାତୀ ରାଜଗାଙ୍ଗପୁର ବନାଞ୍ଚଳ ଅଧିନ ସୁନାଖାନ ଅଞ୍ଚଳରୁ ଆସି ରାଜଗାଙ୍ଗପୁର ସହର ମଧ୍ୟରେ ପ୍ରବେଶ କରିଥିଲା । ବର୍ତ୍ତମାନ ହାତୀଟି ସହର ମଧ୍ୟ ସ୍ଥଳରେ ଥିବା ଡାଲମିଆ ସିମେଣ୍ଟ କାରଖାନା ପରିସରରେ ଥିବା ଏକ ମନ୍ଦିର ପଛ ପଟେ ଥିବା ଗଛଗହଳିରେ ଆଶ୍ରୟ ନେଇଛି। ରାଜଗାଙ୍ଗପୁର ବନବିଭାଗ ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: