Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଗାଁରେ ବୁଲୁଛି ଦନ୍ତା, ଭୟଭୀତ ଗ୍ରାମବାସୀ

Odisha

 ଗାଁରେ ବୁଲୁଛି ଦନ୍ତା, ଭୟଭୀତ ଗ୍ରାମବାସୀ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଗାଁରେ ବୁଲୁଛି ଦନ୍ତା, ଭୟଭୀତ ଗ୍ରାମବାସୀ

 ଯାଜପୁର:  ଗାଁରେ ବୁଲୁଛି ଦନ୍ତା, ଭୟଭୀତ ଗ୍ରାମବାସୀ। ଯାଜପୁର ସୁକିନ୍ଦା ବନବିଭାଗ ଅନ୍ତର୍ଗତ ସୁନାଝର ଜଙ୍ଗଲ ନିକଟସ୍ଥ ବରଡି  ଓ ଷୋଳମାଣିଆ ଗାଁ ନିକଟରେ ବୁଲୁଛି ଜଙ୍ଗଲୀ ଦନ୍ତାହାତୀ।  ସୂଚନା ମୁତାବକ ବରଡି ସୁନାଝର ଜଙ୍ଗଲରେ ଆଜି ଅପରାହ୍ନରେ ଜଙ୍ଗଲି ହାତୀ ବୁଲୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ।

ଏହି ଜଙ୍ଗଲୀ ହାତି କୁ ଦେଖି ଗ୍ରାମବାସୀ ସୁକିନ୍ଦା ବନବିଭାଗ କୁ ଖବର ଦେଇଥିଲେ।ମାତ୍ର ସୁକିନ୍ଦା ବନବିଭାଗ କର୍ମଚାରୀ ମାନେ ଗାଁ ରେ ପହଂଚି ହାତୀ କୁ କାବୁକରି ପାରି ନ ଥିଲେ। କିଛି ସମୟ ପରେ ଜଙ୍ଗଲି ହାତୀଟି ବରଡି ଗ୍ରାମର ଭାଲୁ ବାରିକଙ୍କ ଅଗଣା ରେ ରଖାଯାଇଥିବା ଧାନ ଡ୍ରମ ରୁ ଧାନ ଢାଳି ଦେଇଥିଲା। ଫଳରେ  ସ୍ଥାନୀୟ ଲୋକେ ଭୟଭୀତ ହୋଇ ହୋ ହାଲା କରିବାରୁ ଜଙ୍ଗଲି ହାତୀ ଟି  ସବୁ ଧାନ କୁ ବିଞ୍ଚିଦେଇ ଜଙ୍ଗଲ ଅଭିମୁଖେ ଦଉଡିଥିଲା। ଏହାକୁ ନେଇ ବରଡି ଓ ସୋଳମାଣିଆ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଛି। ଜଙ୍ଗଲ ବିଭାଗର ଅପରାଗତା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in village in jajpur district | Argus News