Videos
|
Odisha

ଭୀମକୁଣ୍ଡ ଯିବା ରାସ୍ତାରେ ହାତୀପଲ ଆତଙ୍କ, ରାସ୍ତାରେ ଅଟକି ରହିଲେ ଯାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଭୀମକୁଣ୍ଡ ଯିବା ରାସ୍ତାରେ ହାତୀପଲ ଆତଙ୍କ, ରାସ୍ତାରେ ଅଟକି ରହିଲେ ଯାତ୍ରୀ

ଅର୍ଗସ ବ୍ୟୁରୋ:  ଭୀମକୁଣ୍ଡ ଯିବା ରାସ୍ତାରେ ହାତୀପଲ ଆତଙ୍କ । ରାସ୍ତାରେ ଅଟକି ରହିଲେ ଯାତ୍ରୀ । ଭୀମକୁଣ୍ଡକୁ ବଣଭୋଜି କରିବାକୁ ଆସିଥିବା ପର୍ଯ୍ୟଟକଙ୍କ ବାଟ ଓଗାଳିଲେ ୨୨ ଟିକିଆ ହାତୀପଲ । ହାତୀପଲ ରାସ୍ତା ଅବରୋଧ କରି ରଖିବାରୁ ଭୟଭୀତ ହୋଇ ରାସ୍ତାରେ ଅନେକ ଯାତ୍ରୀ ପ୍ରାୟ ୧ ଘଣ୍ଟା ଧରି ଅଟକି ରହିଥିଲେ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଥିବା ଏହି ୨୨ ଟିକିଆ ହାତୀପଲ ରାତିରେ ତେଲ ନଦୀ ଅତିକ୍ରମ କରି ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ଭୀମକୁଣ୍ଡ ନିକଟ ଅନ୍ଧାରୀଖମଣ ଗ୍ରାମ୍ୟ ଜଙ୍ଗଲରେ ଆସି ରହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: