Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଠଛଡା ଦନ୍ତାର ଉତ୍ପାତ, ଜଣେ ଗୁରୁତର 

Manini Pattanayak
Browse all articles by Manini Pattanayak
·1 year ago·1 min read
ଗୋଠଛଡା ଦନ୍ତାର ଉତ୍ପାତ, ଜଣେ ଗୁରୁତର 

 ସୁନ୍ଦରଗଡ : ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଂଜ ଅନ୍ତର୍ଗତ ଶାହାଜ ବାହାଲ ବନ୍ଧୁପଡାରେ ଏକ ଗୋଠଛଡା ଦନ୍ତାର ଉତ୍ପାତ। ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଦନ୍ତା ଅ।କ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବଡଗାଁ ଫରେଷ୍ଟ ରେଂଜ ଅଂଚଳର ବିଭିନ୍ନ ଗ୍ରାମରେ ଏକ ହାତୀ ପଲ ଗତ କିଛି ଦିନ ହେବ ରହୁଥିବା ବେଳେ ଆଜି ଏହି ହାତୀ ପଲରୁ ଗୋଠ ଛଡା ହୋଇଥିବା ଏକ ଦନ୍ତା ଏକାକୀ ଉତ୍ପାତ ମଚାଇଛି।

ଦନ୍ତାଟି ସିଆରମାଲ ଅଂଚଳରୁ ଆସି ସାହାଜବାହାଲ ବାନ୍ଧୁପଡାରେ ରହୁଥିବା ଚାର୍ଲେଶବାର୍ଲାଙ୍କ ଘର ଭାଙ୍ଗି ଘର ବିତରକୁ ପଶୁଥିବା ବେଳେ ତାଙ୍କ ମା ମାଗଦାଲି ହାତୀ ହାବୁଡରେ ପଡିଯାଇଥିଲେ। ମାଗଦାଲିଙ୍କ ବୟସ ପ୍ରାୟ 70 ହୋଇଥିବା ବେଳେ ସେ କୌଣସି ମତେ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ଆକ୍ରମଣରେ ବୃଦ୍ଧା ମାଗଦାଲିଙ୍କ ଦୁଇଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ଗ୍ରାମବସୀ ମାନେ ପାଟି କରିବାରୁ ଦନ୍ତା ସେଠାରୁ ଅନ୍ୟତ୍ର ପଳାଇଥିଲା। ଦନ୍ତା ସାହାଜବାହାଲ ଗାଁ ର ରାସ୍ତାରେ ଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି। ତେବେ ଏହି ଦନ୍ତାକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ କରୁଥିବା ନେଇ ବଡଗାଁ ରେଂଜର କହିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror one injured in sundargarh | Argus News