|
logo
Live

Argus News - ଘେଁସ ବନ ବିଭାଗ ଅଞ୍ଚଳରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

Odisha

ଘେଁସ ବନ ବିଭାଗ ଅଞ୍ଚଳରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

Banajyotshna Ray
Browse all articles by Banajyotshna Ray
·1 year ago
ଘେଁସ ବନ ବିଭାଗ ଅଞ୍ଚଳରେ ହାତୀ ଉପଦ୍ରବ, ଲୋକେ ଭୟଭୀତ

ଅର୍ଗସ ବ୍ୟୁରୋ:  ବରଗଡ଼ ଘେଁସ ବନ ବିଭାଗ ଅଞ୍ଚଳରେ ହାତୀ ଉପଦ୍ରବ। ଗତ 15 ଦିନ ଧରି 29ଟି ହାତୀ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି।  ଛତିଶଗଡ ଜଙ୍ଗଲରୁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି। ଘେଁସ ବନ ବିଭାଗ ଅଧିନସ୍ଥ ଡ଼ଙ୍ଗର କେରମେଲୀ, ସଭିକ୍ଟୋରିଆ ସାଗର, ଶନିମାଲ, ସୁକଲ ତେରମା, ସାଲେପାଲି, କେଲେଣ୍ଡା, ଜାମପାଲି, ମେଲଛାମୁଣ୍ଡା, ତେଲମହୁଲ ଆଦି ଗାଁରେ ହାତୀପଲ ବହୁ ଚାଷୀଙ୍କ ଧାନ ଖାଇ ଥିବା ବେଳେ ଶତାଧିକ ଏକର ଜମି ଧାନ ଫସଲ ନଷ୍ଟ କରିଛନ୍ତି।  ହାତୀ ପଲଙ୍କ ବିତ୍ପାତ ଯୋଗୁଁ ବନ ବିଭାଗ ନାକେଦମ ହୋଇଛି । ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ଟିମ  ମୁତୟନ ହୋଇଥିବା ବେଳେ ହାତୀ ପଲଙ୍କ ଗତି ଵିଧି ଉପରେ ବନ ବିଭାଗ ନଜର ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଘେଁସ ବନ ବିଭାଗ ଅଞ୍ଚଳରେ ହାତୀ ଉପଦ୍ରବ, ଲୋକେ ଭୟଭୀତ | Argus News