Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦନ୍ତାହାତୀର ଗଳିତ ମୃତଦେହ ଠାବ

Odisha

ଦନ୍ତାହାତୀର ଗଳିତ ମୃତଦେହ ଠାବ

Ritu Das
Browse all articles by Ritu Das
·2 years ago
ଦନ୍ତାହାତୀର ଗଳିତ ମୃତଦେହ ଠାବ

ଅର୍ଗସ ବ୍ୟୁରୋ: ହାତୀର ଗଳିତ ମୃତ ଦେହ ଠାବ ହୋଇଛି। ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତର ପାଦଦେଶରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଆରସିସିଏଫ, ଡିଏଫଓ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି। 

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ହାତୀର ବୟସ ପ୍ରାୟ ୭ ରୁ ୮ ବର୍ଷ ମଧ୍ୟରେ ରହିଛି। ନିଜ ନିଜ ମଧ୍ୟରେ ମାଡ ହୋଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ। ହାତୀଟିର ପ୍ରାୟ ଏକ ସପ୍ତାହ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ହେଲା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored