Videos
|
Odisha

7 ଦିନ ହେଲାଣି ବୁଲୁଛନ୍ତି ହାତୀ, ଆତଙ୍କିତ ଲୋକେ 

Manini Pattanayak
Browse all articles by Manini Pattanayak
·2 years ago·1 min read
7 ଦିନ ହେଲାଣି ବୁଲୁଛନ୍ତି ହାତୀ, ଆତଙ୍କିତ ଲୋକେ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ରେଞ୍ଜର ଧୂନକେଡ଼ା ଗାଁ ସମେତ ବିଭିନ୍ନ ଗାଁରେ 7 ଦିନ ହେବ ହାତୀ ଆତଙ୍କ ଦେଖିବାକୁ ମିଳିଛି। 10 ରୁ ଅଧିକ ହାତୀ ପଲ ବୁଲୁ ଥିବା ନେଇ ବନ ବିଭାଗ ଜାଣିବା ପରେ ଲୋକଙ୍କୁ ସଚେତନତା କରିବା ସହ ହାତୀକୁ ଘୋଡାଇବା କୁ ଚେଷ୍ଟା କରି ଥିବା ବେଳେ ଜଙ୍ଗଲ ଭିତରୁ ପଶି ଯାଇଛନ୍ତି ବୋଲି ବନ ସୂଚନା ଦେଇଛି। ଗ୍ରାମ୍ୟ ଜଙ୍ଗଲ ଠାରେ 10 ରୁ ଅଧିକ ହାତୀ ପଲ ପସିଥିବା ଦେଖିବାକୁ ମିଳି ଥିବା ନେଇ ସ୍ଥାନୀୟ ଲୋକଙ୍କ ମନ ରେ ଆତଙ୍କ ଖେଳି ଯାଇଛି।

ଜଙ୍ଗଲକୁ ଯିବା ଆସିବା ବନ୍ଦ କରିବା ସହ କେନ୍ଦୁପତ୍ର ତୋଳାରେ ମଧ୍ୟ  ବାଧାସୃଷ୍ଟି ହୋଇପଡିଛି ବୋଲି ଅଭିଯୋଗ ହୋଇଛି l ସଇଁନ୍ତଲା ଜଙ୍ଗଲ ରେଞ୍ଜ ଅଧିକାରୀ  ସାଗର ରଞ୍ଜନ ନାଏକଙ୍କ  ତତ୍ତ୍ଵାବଧାନ ରେ ଏକ ଟିମ୍ ଗଠନ କରି ସ୍ଥିତି ଅନୁଧ୍ୟାନ କରିବା ସହ  ହାତୀ କୁ ଘୋଡାଇବା ଚେଷ୍ଟା କରୁ ଥିବା ବେଳେ ଜଙ୍ଗଲ ଭିତରେ ହାତୀ ପଶି ରହି ଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ଭୟର ଆତଙ୍କ ଖେଳି ଯାଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: