Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଅର୍ଗସ ବ୍ୟୁରୋ:  ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡା ବ୍ଲକ ସନ୍ତସପୁର ପଞ୍ଚାୟତ ଅନ୍ତର୍ଗତ ସିରାଗୁଡା l ଏ ହେଉଛନ୍ତି ଗାଁର ଦୟାରମ ଭତ୍ରାଙ୍କ ଘର। ଘର ତ ନୁହେଁ କଚ୍ଚା ଘର ଉପରେ ପଲିଥିନ ଘୋଡା ହୋଇଥିବା ଘର ଦି ବଖରା। ଏଠାରେ ରୁହନ୍ତି ଦୟାରମଙ୍କ ୬ ପ୍ରାଣୀ କୁଟୁମ୍ବ l କିଛିଦିନ ତଳେ ମାଟି ଘର ଭାଙ୍ଗି ଯିବାରୁ ସ୍ଥାନୀୟ ପିଇଓ ପଲିଥିନ ଗୋଟିଏ ଦେଇଥିଲେ l ତାପରେ ଆଉ ବାବୁଙ୍କର ଦେଖା ନାହିଁ l

ସେଭଳି ଏ ହେଉଛନ୍ତି ଶୁକମତି ହରିଜନ l ବାଉଁଶ ବାଡ଼ ଉପରେ ପଲିଥିନ ଘୋଡାଯାଇଛି। ଆଉ ଏହାରି ଭିତରେ ରହୁଛନ୍ତି  ୬ ପ୍ରାଣୀ କୁଟୁମ୍ବ । ଘର ଏମିତି ଯେଉଁଠି ପ୍ରତିକ୍ଷଣରେ ରହିଛି ଭୟ।  ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦ୍ବାର ଶୁଣ୍ଢୀ ପିଣ୍ଡା ହେବାକୁ ପଡୁଛି। ତଥାପି ଏହି ପରିବାର ଉପରେ ପ୍ରଶାସନର ନଜର ପଡିନି। ଗାଁର ଯମୁନା ଭତ୍ରାଙ୍କ ପରିବାରର ବି ସମାନ ଅବସ୍ଥା। ଘର ନଥିବାରୁ ଭଙ୍ଗା ଘେର ରହୁଛନ୍ତି ଜମୁନାଙ୍କ ପରିବାର।

ଖାଲି ଏମାନେ ନୁହନ୍ତି ଗାଁର ସମସ୍ତେ ଆବାସ ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ପୂର୍ବ ସରକାରଙ୍କ ପାତରଅନ୍ତର ନୀତି ପାଇଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି।  ଏ ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ବିଜେଡି ସରକାର ଏହି ଉପାନ୍ତ ଦୁର୍ଗମ ବାସୀଙ୍କୁ କେତେ ପ୍ରତାରଣା କରିଛି l ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି l ତତକାଳୀନ ବିଜେଡି ସରକାର ତ ଏମାନଙ୍କ ଦୁଃଖ ବୁଝିଲା ନାହିଁ ବର୍ତମାନ କିନ୍ତୁ ଗ୍ରାମବାସୀ ଆଶା ବାନ୍ଧିଛନ୍ତି ନୂତନ ସରକାର ଉପରେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Eligible Beneficiaries Excluded from Housing Scheme | Argus News