Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elina Dash BJD Attack / ପୁଣି ବିଜେଡିକୁ ବାଣ ମାରିଲେ ଏଲିନା; କହିଲେ, ହାରୁ ନେତା...ମଇଦାନ ଛାଡ଼

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପୁଣି ବିଜେଡିକୁ ବାଣ ମାରିଲେ ଏଲିନା; କହିଲେ, ହାରୁ ନେତା...ମଇଦାନ ଛାଡ଼

Key Points

ନିଜ ଦଳ ବିରୋଧରେ ପୁଣି ବିସ୍ଫୋରଣ କଲେ ଏଲିନା ଦାଶ
ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିଲି
ମୁଁ ଆଉ ମୋ ପରି ଯୁବପିଢ଼ି ଆଜି ଦିଗହରା: ଏଲିନା ଦାଶ
ପୁଣି ବିଜେଡି ବିରୋଧରେ ବାଣ ମାରିଲେ ବିଜେଡି ନେତ୍ରୀ ଏଲିନା ଦାଶ । ନୂଆପଡ଼ା ଉପନିର୍ବାଚନ ପରେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ବାଣ ମାରୁଛନ୍ତି ଏଲିନା । ଏଥର ସେ କ୍ରୀତଦାସଙ୍କ ସହ କୋଟେରୀ ଗ୍ରୁପ୍‌କୁ ଟାର୍ଗେଟ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇକି ଦଳରେ ଯୋଗ ଦେଇଥିବା ମୋ ପରି ଅନେକ ଯୁବପିଢ଼ି ଆଜି ଦିଗହରା । ବିଜେଡି ସିଷ୍ଟମ୍‌କୁ ହାଇଜାକ୍‌ କରିବାକୁ କ୍ରୀତଦାସ ଓ ତାଙ୍କର କୋଟେରୀ ଗ୍ରୁପଙ୍କ ଉଦ୍ୟମକୁ ସଫଳ କରାଇ ଦିଆଯିବା ଉଚିତ୍‌ କି ବୋଲି ପ୍ରଶ୍ନ କରିଛନ୍ତି ।


ସେହିପରି ସେ ଆହୁରି ଲେଖିଛନ୍ତି, 'ହାରୁ ନେତା ମଇଦାନ ଛାଡ, ଯୁବ ପିଢୀ ଆଗେ ବଢ଼ୋ । ଆଉ କେତେଦିନ ଏଇ ଶୁଖିଲା ଅହଙ୍କାରୀଙ୍କୁ ଦବା ସମ୍ମାନ । ଏଇ ଛଦ୍ମବେଶୀମାନେ ଭାବୁଛନ୍ତି ମନେ ମନେ ଆମେ ଭଗବାନ୍ । ଆସ ବନ୍ଧୁ ସ୍ବର ମିଶାଇ ଦେବା ଆହ୍ବାନ । ଆରମ୍ଭ କରିବା ଓଡ଼ିଶା ବଞ୍ଚାଅ ଅଭିଯାନ ! କୋଟେରୀ ହାଟାଅ BJD ବଞ୍ଚାଅ'।

ଅଧିକ ପଢ଼ନ୍ତୁ:

ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା, କ୍ରୀତଦାସଙ୍କ ଦାୟିତ୍ବରେ ଦଳ ଅମାନତ ହରାଇଲା


ତେବେ ଏହା ପ୍ରଥମ ଥର ନୁହେଁ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିକୁ ବାଣ ମାରିଥିଲେ ଏଲିନା । ସେ କହିଥିଲେ, ଧାମନଗର ଉପ ନିର୍ବାଚନରୁ ଆରମ୍ଭ ବିଜେଡିର ପତନ । କେହି କଲେ ନାହିଁ ମାନସ ମନ୍ଥନ । ସେହି ନେତା ପୁଣି ନେଲେ ଦାୟିତ୍ବ । ନୂଆପଡ଼ା ହେଲା ଧ୍ବସ୍ତ ବିଧ୍ବସ୍ତ । ପ୍ରକୃତରେ କ'ଣ ଅଣଓଡ଼ିଆର ସବୁ ଦୋଷ? ସବୁରି ମୂଳରେ କ୍ରୀତଦାସ । ହେ ମହାପ୍ରଭୁ କୋଟିଏ ବିଜେଡି କର୍ମୀଙ୍କୁ ସାହା ହୁଅ । ଏହି କୁଚକ୍ରୀ କୋଟେରୀ ଗ୍ରୁପ୍ ଭିତରୁ ଦଳକୁ ଉଧାର କର ବୋଲି ସେ ସୋସିଆଲ ମିଡିଆରେ ଲେଖିଥିଲେ ।

ସେହିପରି ଗତ ରବିବାର ନାଁ ନ ନେଇ ବବି ଦାସଙ୍କୁ ଟାର୍ଗେଟ୍ କରିଥିଲେ ଏଲିନା । ସୋସିଆଲ ମିଡିଆ ପୋଷ୍ଟରେ ଏଲିନା ଲେଖିଥିଲେ, କୋମନା ଦାୟିତ୍ବରେ କିଏ ଥିଲେ ? କ୍ରୀତଦାସ ଆଉ ତାଙ୍କର କୋଟେରୀ ଗ୍ରୁପ ନୁହେଁ ତ ବୋଲି ପ୍ରଶ୍ନ କରିଥିଲେ ଏଲିନା । ଅଣଓଡ଼ିଆ ଦାୟିତ୍ବରେ ଯଦି ଦଳ ହାରିଥିଲା ବୋଲି କୁହାଯାଉଥିଲା । କ୍ରୀତଦାସ ଦାୟିତ୍ବରେ ତ ଦଳ ଅମାନତ ହରାଇଲା । ଲକ୍ଷ୍ମୀ ବସ କଥା ଲେଖି ବବିଙ୍କୁ କଟାକ୍ଷ କରିଛନ୍ତି ଏଲିନା ।
 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Elina Das Again Attacks BJD: Targets Kritadas & ‘Coterie Group’ After Nuapada Bypoll | Argus News