|
logo
Live
Argus News App
GET APP

Argus News - ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା, କ୍ରୀତଦାସଙ୍କ ଦାୟିତ୍ବରେ ଦଳ ଅମାନତ ହରାଇଲା

Odisha

Elina Dash BJD controversy / ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା, କ୍ରୀତଦାସଙ୍କ ଦାୟିତ୍ବରେ ଦଳ ଅମାନତ ହରାଇଲା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା, କ୍ରୀତଦାସଙ୍କ ଦାୟିତ୍ବରେ ଦଳ ଅମାନତ ହରାଇଲା

Key Points

ବିଜେଡିରେ ଜଳୁଛି ବିଦ୍ରୋହର ବହ୍ନି । ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବାଣ ମାରିଲେ ବିଜେଡି ନେତ୍ରୀ ।
ନୂଆପଡା ପରାଜୟ ପରେ ବିଜେଡିରେ ଜଳୁଛି ବିଦ୍ରୋହର ବହ୍ନି । ଆଜି ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ବାଣ ମାରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ନାଁ ନ ନେଇ ବବି ଦାସଙ୍କୁ ଟାର୍ଗେଟ୍ କରିଛନ୍ତି ଏଲିନା । ସୋସିଆଲ ମିଡିଆ ପୋଷ୍ଟରେ ଏଲିନା ଲେଖିଛନ୍ତି, କୋମନା ଦାୟିତ୍ବରେ କିଏ ଥିଲେ ? କ୍ରୀତଦାସ ଆଉ ତାଙ୍କର କୋଟେରି ଗ୍ରୁପ ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି ଏଲିନା । ଅଣଓଡ଼ିଆ ଦାୟିତ୍ବରେ ଯଦି ଦଳ ହାରିଥିଲା ବୋଲି କୁହାଯାଉଥିଲା । କ୍ରୀତଦାସ ଦାୟିତ୍ବରେ ତ ଦଳ ଅମାନତ ହରାଇଲା । ଲକ୍ଷ୍ମୀ ବସ କଥା ଲେଖି ବବିଙ୍କୁ କଟାକ୍ଷ କରିଛନ୍ତି ଏଲିନା ।


ତେବେ ଏହା ପ୍ରଥମ ଥର ନୁହେଁ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିକୁ ବାଣ ମାରିଥିଲେ ଏଲିନା । ସେ କହିଥିଲେ, ଧାମନଗର ଉପ ନିର୍ବାଚନରୁ ଆରମ୍ଭ ବିଜେଡିର ପତନ । କେହି କଲେ ନାହିଁ ମାନସ ମନ୍ଥନ । ସେହି ନେତା ପୁଣି ନେଲେ ଦାୟିତ୍ବ । ନୂଆପଡ଼ା ହେଲା ଧ୍ବସ୍ତ ବିଧ୍ବସ୍ତ । ପ୍ରକୃତରେ କ'ଣ ଅଣଓଡ଼ିଆର ସବୁ ଦୋଷ? ସବୁରି ମୂଳରେ କ୍ରୀତଦାସ । ହେ ମହାପ୍ରଭୁ କୋଟିଏ ବିଜେଡି କର୍ମୀଙ୍କୁ ସାହା ହୁଅ । ଏହି କୁଚକ୍ରୀ କୋଟେରି ଗ୍ରୁପ୍ ଭିତରୁ ଦଳକୁ ଉଧାର କର ବୋଲି ସେ ସୋସିଆଲ ମିଡିଆରେ ଲେଖିଥିଲେ ।

ସେପଟେ ବିଜେଡିକୁ ରବିବାର ପୁଣି ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ପୁଣି ପାଣ୍ଡିଆନ ଓ ସୁଜାତାଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ । ଏଥର ସଂତୃପ୍ତ ମିଶ୍ର ବି ଆସିଛନ୍ତି ଶ୍ରୀମୟୀଙ୍କ ଟାର୍ଗେଟକୁ । ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ କବିତା ଆକାରରେ କରିଛନ୍ତି ଆକ୍ରମଣ । ଶ୍ରୀମୟୀ ଲେଖିଛନ୍ତି, 'କାହାର ରହିଛି କେତେ ଜୋର୍, ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର । ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି, ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ' । ୨୦୨୪ ନିର୍ବାଚନରେ ସଂତୃପ୍ତ ମିଶ୍ରଙ୍କୁ ବିଜେଡିରୁ କଟକ ଲୋକସଭା ଟିକେଟ ପ୍ରସଙ୍ଗ ଉଠାଇଲେ ଶ୍ରୀମୟୀ ।

ସେ ଲେଖିଛନ୍ତି, 'ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା । ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ । ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନ ବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଆତ୍ମା ଏବେ ରାଜ୍ୟସଭା ଆଶାୟୀ। ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି ?'
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Elina Dash BJD controversy: ନାଁ ନନେଇ ବବି ଦାସଙ୍କୁ ଟାର୍ଗେଟ୍ କଲେ ଏଲିନା, କ୍ରୀତଦାସଙ୍କ ଦାୟିତ୍ବରେ ଦଳ ଅମାନତ ହରାଇଲା | Argus News