Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ

Smruti Parija
Browse all articles by Smruti Parija
·1 year ago·1 min read
ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ

ପୁରୀ: ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ । ଟେକ୍ନୋଲୋଜି ଉପରେ ରାଜ୍ୟ ସରକାର ଅନୁମୋଦନ କରିବେ । ମରାମତି ପୂର୍ବରୁ ସିନ୍ଧୁକ ଓ ଆଲମିରା ଖାଲି କରାଯିବ । ଆଜି ପରିଚାଳନା କମିଟି ଜରୁରୀକାଳୀନ ବୈଠକରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ସେହିପରି ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଉପରେ ବି ଆଲୋଚନା ହୋଇଛି । 

ଅବଢା ଯୋଜନାରେ 35ଟି ଇ-ବସ୍ ଆସିଛି । ଏହାକୁ OSRTCକୁ ହସ୍ତାନ୍ତର କରାଯିବ । ପରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଅର୍ପଣ ରଥରେ ଚାଉଳ ସଂଗ୍ରହ ପ୍ରସଙ୍ଗରେ ବି ମିଟିଂରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ବିଭିନ୍ନ ନିଯୋଗ ସହ ଆଲୋଚନା କରାଗଲା ପରେ ସରକାର ନିଷ୍ପତ୍ତି ନେବେ । ମିଟିଂରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । 

ଶ୍ରୀମନ୍ଦିର ପ୍ରଶାସନରେ ପଦ ଖାଲିଥିବା ପ୍ରସଙ୍ଗରେ ବିଭିନ୍ନ ପଦପଦବୀ ନେଇ ସରକାରଙ୍କ ନିଯୁକ୍ତ ଅଧୀକୃତ ସଂସ୍ଥା ନିଯୁକ୍ତି କରିବେ । ମହାପ୍ରଭୁଙ୍କ ଖଣି ଖାଦାନକୁ ନେଇ ସରକାରଙ୍କୁ ଲେଖିବୁ, ମାଇନିଂ ଅଫିସର ପରିଚାଳନା କରିବେ । ସିଂହଦ୍ଵାର ଥାନାର ଉନ୍ନତିକରଣ ଓ ଅଧିକ ଜାଗା ଦିଆଯାଉ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଏନେଇ ସୂଚନା ଦେଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Emphasis on technology with two SOPs for ratnabhandar-repair | Argus News