Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର: ନକ୍ସଲ ମୃତ

Odisha

ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର: ନକ୍ସଲ ମୃତ

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର: ନକ୍ସଲ ମୃତ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ ଅନ୍ତର୍ଗତ କାଙ୍କେର ଡିଆର୍‌ଜି ଏବଂ ବିଏସଏଫ ର ମିଳିତ ଅପରେସନରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିବା ଜଣାପଡିଛି। କାଙ୍କେର୍ ଜିଲ୍ଲା ଅନ୍ତର୍ଗତ କୋଏଲିବେଡ଼ା ଥାନା ଅନ୍ତର୍ଗତ ଚିଲପାରାସ୍ କ୍ୟାମ୍ପରୁ ଆଜି ଏହି ଉଭୟ ଟିମ୍ ସର୍ଚ୍ଚ ଅପରେସନରେ ବାହାରିଥିଲା। ଏହି ଅପରେସନ ସମୟରେ ପୋଲିସ ଫୋର୍ସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ୟୁନିଫର୍ମ ନକ୍ସଲାଇଟର ମୃତ୍ୟୁ ଘଟିଥିଲା। 

ଏଥିସହିତ ତା ନିକଟରୁ ଏସ୍‌ଟି ଷ୍ଟେନ୍‌ ଗନ୍ ଓ କିଛି ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଥିଲା। ପୋଲିସ ଓ ନକ୍ସଲାଇଟ୍ ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲାଇଟ୍ ମାନଙ୍କର ବୋଲି ଚିହ୍ନଟ ହୋଇଛି। ନିହତ ନକ୍ସଲ ମାନଙ୍କର କମାଣ୍ଡର ବୋଲି ଜଣା ପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌କାଉଣ୍ଟର ସମ୍ପର୍କରେ କାଙ୍କେର ପୋଲିସ ଅଧୀକ୍ଷକ ଆଇ.କେ ଆଲେସେଲା ସୂଚନା ଦେଇଛନ୍ତି।  କୋଇଲିବେଡା ଏବଂ ନାରାୟଣପୁର ଜିଲ୍ଲା ସୀମାବର୍ତ୍ତୀ କାକାନାର, ଗୋମେ, ଗାଟାକାଲ ଜଙ୍ଗଲରେ ନକ୍ସଲ ନେତା ରାଜୁ ସଲାମଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ବିଏସଏଫ ଏବଂ ଡିଆରଜି ଦଳ ଅନୁସନ୍ଧାନ ଜାରି ରଖିଛନ୍ତି। ପୋଲିସ ଅଧୀକ୍ଷକ କହିଛନ୍ତି ଯେ କୋଇଲିବେଡା ନକ୍ସଲାଇଟ୍ସର ପାଞ୍ଚ ନମ୍ବର ବାଟାଲିୟନ ବହୁତ ସକ୍ରିୟ। 

ଏହି ମୁକାବିଲା ମଧ୍ୟ ନକ୍ସଲମାନଙ୍କ 5 ନମ୍ବର ବାଟାଲିୟନ ସହିତ ହୋଇଥିଲା। ଏହା ହେଉଛି ଦ୍ୱିତୀୟ ମୁକାବିଲା ଯେଉଁଥିରେ ସଫଳତା ହାସଲ କରାଯାଇଛି। ଯେଉଁଥିରେ ନକ୍ସଲ କମାଣ୍ଡର ମାନଙ୍କ ନାମରେ 8 ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ପୋଲିସ ଫୋର୍ସ, ବିଏସ୍ଏଫ୍ ଓ ଡିଆରଜି ଦ୍ୱାରା ଆଖପାଖ ଅଞ୍ଚଳରେ ଅପରେଶନ ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Encounter on Odisha | Argus News