ଇଂଜିନିୟରିଂ କଲେଜ ଆର୍ଥିକ ଅନିୟମିତତା ମାମଲା, ଇଡି ହାତରେ ବଡ଼ ପ୍ରମାଣ

ଅର୍ଗସ ବ୍ୟୁରୋ: ବରପଦା ଇଂଜିନିୟରିଂ କଲେଜ ଆର୍ଥିକ ଅନିୟମିତତା ମାମଲାରେ ଇଡି ହାତରେ ବଡ଼ ପ୍ରମାଣ। ଫଶିପାରନ୍ତି ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲକଙ୍କ ପୁଅ ତଥା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରୟାସକାନ୍ତି ସାମଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ୍ସ ପୋଷ୍ଟ କରି ଦର୍ଶାଇଛି କଲେଜ କମିଟିର ଅର୍ଥ ଅନିୟମିତତା ମାମଲାରେ ଭୁବନେଶ୍ବର ସେମତ 10 ସ୍ଥାନରେ ଚଢାଉ କରାଯାଇଛି। ରେଡ୍ ସମୟରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ, ଡିଜିଟାଲ୍ ଉପକରଣ, ଲ୍ୟାଣ୍ଡ ଏଗ୍ରିମେଣ୍ଟ ସହ 9 ଲକ୍ଷ ଟଙ୍କା ଓ 40 ଲକ୍ଷ ଟଙ୍କାର କାର ଜବତ କରିଛି ।
ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କ ବିରୁଧରେ ତେଜିଲା ଅସନ୍ତୋଷ । ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ସମ୍ମୁଖରେ ଉତ୍ତେଜନା । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କ ବିରୁଧରେ ପୋଷ୍ଟର ମାରି ଜୋରଦାର୍ ପ୍ରତିବାଦ । ଆନ୍ଦୋଳନରତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା । ବରପଦା ବିକାଶ ମଞ୍ଚ ଓ ଆନ୍ଦୋଳନରତ କର୍ମଚାରୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି । ସାମଲ ବାପା ପୁଅଙ୍କ ବିରୋଧରେ ରହିଛି ବରପଦା କଲେଜ ନାଁରେ 20 କୋଟି ଟଙ୍କାର ଜମି କିଣାବିକା ଦୁର୍ନୀତି ନେଇ ସଂଗୀନ ଅଭିଯୋଗ । ଏଥିସହ ଦୀର୍ଘ ଦିନ ହେଲା ଦରମା ପାଇ ନାହାନ୍ତି ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ । କଲେଜ ମ୍ୟାନେଜିଂ କମିଟି ଚେୟାରମ୍ୟାନ୍ ତଥା ଟାଣୁଆ ବିଜେଡି ନେତା ପ୍ରୟାସକାନ୍ତି ସାମଲ କର୍ମଚାରୀଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: