Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର

Manini Pattanayak
Browse all articles by Manini Pattanayak
·1 year ago·2 min read
ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର

ଭୁବନେଶ୍ୱର:  ରାଜ୍ୟରେ ଉପର ମୁହାଁ ସୁଭଦ୍ରା ମିଟର । ସୁଭଦ୍ରା ଯୋଜନାକୁ ନେଇ ସାରା  ରାଜ୍ୟରେ ବଢୁଛି ଉତ୍ସାହ । ଏବେ ଘରେ ଘରେ ସୁଭଦ୍ରା। ଗତକାଲି ସୁଦ୍ଧା 50 ଲକ୍ଷରେ ପହଞ୍ଚି ସାରିଛି ସୁଭଦ୍ରା ଆବେଦନ ସଂଖ୍ୟା, ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ଆଉ ଏ ସବୁ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ । ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ଓଡ଼ିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ଡାକ ବିଭାଗ ଏହି ସେବା ଯୋଗାଇବ । ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ । 

ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏ ନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ LED ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ୍ ଲାଇନ୍ । 15 ତାରିଖରୁ ସବୁ ବିଭାଗର ସୋସିଆଲ ମିଡିଆ ପେଜର ପ୍ରୋଫାଇଲ୍ ପିକ୍ଚର୍ ରେ ଲାଗିବ ସୁଭଦ୍ରା ଲୋଗୋ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Enthusiasm is growing across the state regarding the Subhadra Yojana | Argus News